Below header

କେନ୍ଦୁଝର: ଝୁମ୍ପୁରା ଅର୍ସଲା ଗାଁରେ ଅଘଟଣ, ପୋଖରୀରେ ବୁଡି ଦୁଇ ନାବାଳକ ମୃତ

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଅର୍ସଲା ଗାଁର ୨ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଆଜି ଅର୍ସଲା ଗାଁର ଏମ.ଡି ଆଂସାରିଙ୍କ ଦୁଇ ପୁଅ ଆର୍କମ ଆଂସାରି ଓ ଆରହନ ଆଂସାରି ଅପରାହ୍ନରେ ସାଇକଲରେ ଅଳ୍ପ ଦୂରରେ ଥିବା ବଡଭାଗ ପୋଖରୀ ନିକଟକୁ ଖେଳିବାକୁ ଯାଇଥିଲେ।  ଖେଳୁଥିବା ସମୟରେ ଅସାବଧାନତା କାରଣରୁ ପୋଖରୀରେ ପଡି ଯାଇଥିଲେ ।

ଦୀର୍ଘ ସମୟ ଘରକୁ ନଫେରିବାରୁ ଘର ଲୋକେ ଖୋଜ ଖୋଜି କରି ପୋଖରୀ ହୁଡାରୁ ସାଇକଲକୁ ଦେଖିଥିଲେ । ପରେ ସନ୍ଦେହ ହେବାରୁ ସ୍ଥାନୀୟ ଜନ ସାଧାରଣଙ୍କ ସହଯୋଗରେ ପୋଖରୀରୁ ଖୋଜାଖୋଜି କରିବା ପରେ ୨ ଭାଇଙ୍କୁ ଠାବ କରିଥିଲେ । ତାଙ୍କୁ ତୁରନ୍ତ ଉଦ୍ଧର କରି  ଝୁମ୍ପୁରା ଡାକ୍ତର ଖାନା ନେଇଥିଲେ ହେଲେ ସେଠାରେ ଡାକ୍ତର୨ ଭାଇଙ୍କୁ ମୃତ ଘୋଷଣା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.