Below header

ଆଠଗଡ଼: ଶ୍ରୀ ସିମେଣ୍ଟ କଂପାନୀର ବିଜୁଳି ସଂଯୋଗକୁ ନେଇ ଜମି ମାଲିକ ଓ ପିଟିସିଏଲ କର୍ମଚାରୀ ମୁହାଁମୁହିଁ, ପୋଲିସ ଉପସ୍ଥିତିରେ ବୋମାମାଡ଼

କେନ୍ୟୁଜ୍(ବ୍ୟୁରୋ):  ବିଦ୍ୟୁତ ସଂଯୋଗକୁ ନେଇ ବୋମାମାଡ଼ । ଆଠଗଡ଼ ଖୁଣ୍ଟୁଣୀ ଥାନାର ଡାଳଭାଗ ଗାଁରେ ହୋଇଛି ବୋମାମାଡ଼ । ଶ୍ରୀ ସିମେଣ୍ଟ କଂପାନୀର ବିଜୁଳି ସଂଯୋଗକୁ ନେଇ ଜମି ମାଲିକ ଓ ପିଟିସିଏଲ କର୍ମଚାରୀ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉତ୍ତେଜନା ଦେଖାଯିବା ପରେ ଘଟଣାସ୍ଥଳରେ ପୋଲିସ ମୁତୟନ ହୋଇଥିଲେ । ତେବେ ଉତ୍ତେଜନା ତୀବ୍ର ହେବା ପରେ ପୋଲିସ ଉପସ୍ଥିତିରେ ବୋମାମାଡ଼ ହୋଇଥିଲା । ଏଥିରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

ତାଙ୍କୁ ଚିକିତ୍ସା ପାଇଁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିିଥିବାରୁ ଚୌଦ୍ୱାର ଏସଡିପିଓଙ୍କ ସହ ୨ଜଣ ଆଇଆଇସି ଓ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ଧରି ଜମି ମାଲିକ ମାନେ ଏହାକୁ ବିରୋଧ କରି ଆସୁଥିବା ବେଳେ ଆଜି ଏହା ଉଗ୍ର ରୂପ ନେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.