ଘଟଗାଁ ଢଙ୍ଗରଡିହା ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ମାଡି ଜଣେ ବାଳକ ଗୁରୁତର

କେନ୍ଦୁଝର: ବୋମା ମାଡି ଜଣେ ଗୁରୁତର । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅର୍ନ୍ତଗତ ଢଙ୍ଗରଡିହା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବୋମା ମାଡି ଜଣେ ବାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣକ ହେଲେ ସେହି ଗାଁର ମନୋଜ ମୁଣ୍ଡା । ମନୋଜଙ୍କ ଡାହାଣ ଗୋଡରେ ଅଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଓ ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.