ରିକ୍ସାବାଲାଠାରୁ ଗାଈ ନେଲା ନିଜ ବାଛୁରୀ ମୃତ୍ୟୁର ପ୍ରତିଶୋଧ, ଜୀବନ ବଞ୍ଚାଇବା ମୁସ୍କିଲ ହୋଇପଡ଼ିଲା

ପଶୁପକ୍ଷୀ କଥା କହିପାରନ୍ତିନି, କିନ୍ତୁ ସେମାନଙ୍କର ବି ଭାବନା ରହିଛି। ଆଉ ସେହି ଭାବନା ଦ୍ବାରା ସେମାନେ ଆଘାତ ଦେଇଥିବା ଲୋକଙ୍କ ଉପରେ ରାଗ ମଧ୍ୟ ଶୁଝାଇପାରନ୍ତି। ଆନ୍ଧ୍ରପ୍ରଦେଶର ମଚ୍ଛଲିପାଟନମରେ ଘଟିଥିବା ଏକ ଘଟଣାରୁ ଏହା ସ୍ପଷ୍ଟ ହୋଇଛି। ଅକ୍ଟୋବର ୨୯ରେ ସହରର ଲକ୍ଷ୍ମୀ ଟକିଜ୍ ଅଞ୍ଚଳରେ ଏକ ଅଜଣା ଗାଡ଼ି ଧକ୍କାରେ ଏକ ବାଛୁରୀର ମ୍ତ୍ୟୁ ଘଟିଥିଲା। ମା’ ଗାଈଟି ପୂରା ଦିନ ବାଛୁରୀ ପାଖରେ ବସିରହିଲା। ସେ କାହାକୁ ବି ପାଖକୁ ଆସିବାକୁ ଦେଉ ନ ଥିଲା। ଏହାପରେ ନଗର ନିଗମ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଏକ ରିକ୍ସା ଚାଳକ ଶବକୁ ଉଠାଇଥିଲା ଏବଂ ସଂସ୍କାର କରିଦେଲା। ଏହା ସବୁ ଗାଈର ଇଚ୍ଛା ବିରୋଧରେ ହୋଇଥିଲା।

cow1

ଏହାସହ ପଢ଼ନ୍ତୁ: କ୍ଲାସ୍‌ରୁମ ଭିତରେ ଛାତ୍ରଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିଲେ ସ୍କୁଲ ଶିକ୍ଷୟିତ୍ରୀ, ଏବେ କୋର୍ଟ ଦେଲେ ଏଭଳି ଦଣ୍ଡ

କିନ୍ତୁ ଗାଈଟି ରିକ୍ସା ଚାଳକଙ୍କ ମୁହଁକୁ ମନେ ରଖିଥିଲା। ଦ୍ବିତୀୟ ଥର ସେ ଯେତେବେଳେ ସେହି ରାସ୍ତା ଦେଇ ଗଲା, ଗାଈଟି ତା’ ଉପରେ ଆକ୍ରମଣ କରିଥିଲା। ଗାଈ ନିଜ ଶିଙ୍ଘରେ ରିକ୍ସା ଚାଳକଙ୍କ ଉପରେ ଏମିତି ଆକ୍ରମଣ କଲା ଯେ ତାଙ୍କୁ ନିଜ ଜୀବନ ବଞ୍ଚାଇବା ମୁସ୍କିଲ ହୋଇପଡ଼ିଲା। ଏହି ଦୃଶ୍ୟକୁ ଦେଖୁଥିବା ଲୋକେ ବି କେହି ସାହସ ଜୁଟାଇପାରିଲେ ନାହିଁ। ଠିକ୍ ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ରିକ୍ସା ଚାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ରିକ୍ସା ଚାଳକଙ୍କୁ ଆଘାତ ଲାଗିଥିବାରୁ ଏବେ ତାଙ୍କ ଚିକିତ୍ସା ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.