Below header

ଦେଶର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡ଼େ। ସର୍ବୋଚ୍ଚ ନ୍ୟାୟାଳୟର ୪୭ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ବୋବଡ଼େ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତକାଲି ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବୋବଡେଙ୍କ ନାମକୁ ସୁପାରିଶ କରିଥିଲେ ଜଷ୍ଟିସ ଗୋଗୋଇ। ବୋବଡେଙ୍କ କାର୍ଯ୍ୟକାଳ ପ୍ରାୟ ୧୮ମାସ ରହିବ। ୨୦୨୧ ଏପ୍ରିଲ ୨୩ତାରିଖରେ ଅବସର ଗ୍ରହଣ କରିବେ ଜଷ୍ଟିସ ବୋବଡେ। ସୁପ୍ରିମକୋର୍ଟର ବିଚାରପତି ପୂର୍ବରୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଇଥିଲେ।

୧୯୫୬ ଏପ୍ରିଲ ୨୪ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିବା ବୋବଡ଼େ ନାଗପୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଥିଲେ। ୧୯୭୮ରେ ମହାରାଷ୍ଟ୍ର ବାର କାଉନସିଲର ସଦସ୍ୟ ପଦ ଗ୍ରହଣ କରିବା ପରେ ୧୯୯୮ରେ ବରିଷ୍ଠ ଆଇନଜୀବୀ ଭାବେ ପଦଭାର ତୁଲାଇଥିଲେ। ୨୦୦୦ ମାର୍ଚ୍ଚ ୨୯ତାରିଖରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୧୨ ଅକ୍ଟୋବର ୧୬ତାରିଖରେ ସେ ମଧ୍ୟପ୍ରଦେଶର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ୨୦୧୩ ଏପ୍ରିଲ ୧୨ତାରିଖରେ ସୁପ୍ରିମ କୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅଯୋଧ୍ୟା ଜମି ବିବାଦ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ସେ ପାଞ୍ଚଜଣିଆ ଖଣ୍ଡପୀଠର ସଦସ୍ୟ ଭାବେ ରାୟ ପ୍ରଦାନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.