ଗୀତ ଛାଡି ମଡେଲିଂ ଆରମ୍ଭ କଲେଣି କି ରାନୁ ମଣ୍ଡଳ? ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆ ସେନସେସନ ରାନୁ ମଣ୍ଡଳ ଏବେ ନିଜ ମେକଅପ୍‌ ପାଇଁ ଅଛନ୍ତି ଚଚ୍ଚାର ଶୀର୍ଷରେ। ନିକଟରେ ଇଣ୍ଟନେଟରେ ତାଙ୍କର ଫଟୋ ଖୁବ୍‌ ଭାଇରାଲ ହେଉଛି ଏବେ କିନ୍ତୁ ରାନୁଙ୍କର ଏକ ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲାେଇଦେବ। ଭିଡିଓରେ ରାନୁ ମଣ୍ଡଳ ଫିଲ୍ମ ‘ଫ୍ୟାସନ’ର ଗୀତ ଜଲଓ୍ଵାରେ ରାମ୍ପ ଓ୍ଵାକ୍‌ କରୁଥିବା ନଜର ଆସୁଛନ୍ତି।

ଏହାସହ ପଢନ୍ତୁ : ରିୟଲିଟୀ ଶୋ ‘Bigg Boss’ରେ ଗୋପି ବୋହୂଙ୍କୁ ହେଲା ପ୍ରେମ, ଜାଣନ୍ତୁ କିଏ ଦେବୋଙ୍କ ଡ୍ରିମ ହିରୋ ?

ଏଥିରେ ରାନୁ ନିଜକୁ ମଡେଲ ଭଳି ଫିଲ୍‌ କରାଇ ଆତ୍ମବିଶ୍ୱାସର ସହିତ ଚାଲୁଥିବା ଦେଖିବାକୁ ମିଳୁଛି। ରାମ୍ପରେ ଚାଲି ଚାଲି ଆସି ରାନୁ ଫ୍ୟାନ ମାନଙ୍କୁ ହାତ ହଲାଇଲେ। ଏବେ ରାନୁଙ୍କର ଏହି ରାମ୍ପ ଓ୍ଵାକ ଖୁବ୍‌ ଚର୍ଚ୍ଚାରେ ରହିଛି।

ଏହି ଭିଡିଓରେ ରାନୁ ମଣ୍ଡଳଙ୍କ ସହିତ ଡିଜାଇନର ଚାଲୁଥିବାର ଦେଖିବାକୁ ମିଳୁଛି। ଏଥିରେ ରାନୁ ଏକ ପିଚ୍‌ କଲରର ଲେହେଙ୍ଗା ପିନ୍ଧିବା ସହିତ ହେବି ଗହଣା ପିନ୍ଧିଥିବା ନଜର ଆସୁଛନ୍ତି। ରାନୁ ଏହି ପ୍ରୋଗ୍ରାମରେ ଏତେ ମେକଅପ୍‌ ନେଇଛନ୍ତି ଯେ ଆପଣ ବି ଦେଖିଲେ ମୁଣ୍ଡରେ ହାତ ଦେବେ।

ranu

ଏହି ମେକଅପ୍‌ ପାଇଁ ସେ ଏବେ ଟ୍ରୋଲ ହେଉଛନ୍ତି ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି। ରାନୁଙ୍କର ଏହି ମେକଅପକୁ ନେଇ ଅନେକ ମିିମ୍ସ ମଧ୍ୟ ବନାଯାଇଛି ଥରେ ପକାନ୍ତୁ ନଜର।

ranu

raanu

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.