ପୁଣି ଭାରତୀୟ ସେନା ଦେଖାଇଲା ଦମ୍‌, ହାତୀ ଏବଂ ତାର ଛୁଆକୁ ପାଣି ଟାଙ୍କିରୁ କଲା ଉଦ୍ଧାର

ଭାରତୀୟ ସେନା ସବୁବେଳେ ଦେଶର ବିଭିନ୍ନ କାର୍ଯ୍ୟ ପାଇଁ ତତ୍ପର ରହିଥାଏ। ତାହା ପ୍ରାକୃତିକ ଦୁର୍ବିପାକ ହେଉ କିମ୍ବା ପଡୋଶୀ ଦେଶ ଆକ୍ରମଣ। ସବୁ କାର୍ଯ୍ୟ ପାଇଁ ଭାରନୀୟ ସେନା ନିଜ ଜୀବନକୁ ବାଜି ଲଗାଇଦେଇଥାଏ। ଏମିତି ଏକ ଘଟଣାକୁ ଦୁଃସାହସିକତାର ସହ ସାମ୍ନା କରି ହାତୀ ଏବଂ ତାର ଛୁଆକୁ ଉଦ୍ଧାର କରିଛି ଭାରତୀୟ ସେନା ଏବଂ ଆସାମ ବନ ବିଭାଗ।

elephant 1

ଏହାସହ ପଢ଼ନ୍ତୁ : ଗଙ୍ଗାକୁ ପ୍ରଦୂଷିତ କରିବା ପଡିବ ମହଙ୍ଗା, ଏବେ ୫୦ କୋଟିର ଜରିମାନା ସହିତ ମିଳିବ ଦଣ୍ଡାଦେଶ

ଆସାମର ଗୌହ୍ଵାଟୀ ନାରଙ୍ଗୀ ସ୍ଥିତ ସେନା କ୍ୟାମ୍ପରେ ଥିବା ପାଣି ଟାଙ୍କିରେ ଖସିପଡିଥିବା ହାତୀ ଏବଂ ତାର ଛୁଆକୁ ଉଦ୍ଧାର କରିଛି ଭାରତୀୟ ସେନା। ହାତୀ ପଲଙ୍କ ଠାରୁ ଅଲଗା ହୋଇ ହାତୀ ଏବଂ ତାର ଛୁଆ ପାଣି ପିଇବାକୁ ଆସି ଟ୍ୟାଙ୍କରେ ପଡିଯାଇଥିଲେ। ତୁରନ୍ତ ଯବାନମାନଙ୍କ ନଜର ପଡିବା କ୍ଷଣି ସେମାନେ ବନ ବିଭାଗକୁ ସୂଚନା ଦେଇ ହାତୀ ଏବଂ ତାର ଛୁଆକୁ ବଂଚାଇବାକୁ ଉଦ୍ୟମ କରିଥିଲେ। ଯବାନମାନେ ଜେସିବି, ରଶି ଇତ୍ୟାଦି ପ୍ରୟୋଗ କରି ସେମାନଙ୍କୁ ସୁରକ୍ଷିତ ଭାବେ ବାହାରକୁ କାଢିଥିଲେ। ଏହି କାର୍ଯ୍ୟ ପାଖାପାଖି ୨ ଘଣ୍ଟାପର୍ଯ୍ୟନ୍ତ ଚାଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.