Below header

ଚଳନ୍ତା କାରରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରି ବନ୍ଧା ହେଲା ରସିକିଆ ପ୍ରେମିକ

ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ଅମର,ପ୍ରେମ ସତ୍ୟ । ପ୍ରେମ ବୁଝେନା ଜାତି ଧର୍ମ । ସେଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ । ଏକଥା ଆମେ ସଭିଏଁ ଜାଣିଛନ୍ତି । କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ନିଜର ସାଧାରଣ ହିତାହିତ ଜ୍ଞାନ ବି ସେ ଭୁଲିଯାଏ । ଯାହାର ପୁଣି ଏକ ଜ୍ୱଳନ୍ତ ଉଦାରଣ ସାମ୍ନାକୁ ଆସିଛି ।

ବାଲିଗୁଡା(କେନ୍ୟୁଜ): ବିଶ୍ୱାସର ଅନ୍ୟ ନାମ ପ୍ରେମ । ପ୍ରେମ ଅମର,ପ୍ରେମ ସତ୍ୟ । ପ୍ରେମ ବୁଝେନା ଜାତି ଧର୍ମ । ସେଥିପାଇଁ ତ କୁହାଯାଏ ପ୍ରେମ ଅନ୍ଧ । ଏକଥା ଆମେ ସଭିଏଁ ଜାଣିଛନ୍ତି । କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ନିଜର ସାଧାରଣ ହିତାହିତ ଜ୍ଞାନ ବି ସେ ଭୁଲିଯାଏ । ଯାହାର ପୁଣି ଏକ ଜ୍ୱଳନ୍ତ ଉଦାରଣ ସାମ୍ନାକୁ ଆସିଛି ।

ପୁଣି ଲାଗିଛି ପ୍ରେମ ସମ୍ପର୍କରେ କଳଙ୍କର ଛିଟା । ପୁଣି ବଦନାମ ହୋଇଛି ପ୍ରେମ । ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଛି ପ୍ରେମିକ। ପ୍ରେମିକାକୁ ଦୁଷ୍କର୍ମ ଅଭିଯୋଗରେ ପ୍ରେମିକକୁ ଗିରଫ କରିଛି ପୋଲିସ୍ । ସୂଚନା ଅନୁଯାୟୀ, ଗିରଫ ପ୍ରେମିକ ହେଲା ବାଲିଗୁଡା ବଜାର ସାହିର ଆଶିଷ ମହାପାତ୍ର। ଅଭିଯୁକ୍ତ ବାଲିଗୁଡା ସହରରେ କାର୍ଯ୍ୟରତ ଏକ ସରକାରୀ ଉଚ୍ଚ ବିଦ୍ୟାଳୟର ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କୁ ପ୍ରେମ କରି ଆସୁଥିଲା। ଶିକ୍ଷୟତ୍ରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ରହିଆସିଥିଲା ।

ତେବେ ଦୁଇ ଦିନ ତଳେ ଶିକ୍ଷୟତ୍ରୀଙ୍କୁ ବାହା ହେବ କହି ନିଜ ଘରକୁ ନେଇଥିଲା ଅଭିଯୁକ୍ତ ପ୍ରେମିକ । କିନ୍ତୁ ପ୍ରେମିକ ଆଶିଷର ଘର ଲୋକ ବିବାହ କରିବାକୁ ସହମତି ପ୍ରକାଶ କରିନଥିଲେ । କାରଣ ଶିକ୍ଷୟତ୍ରୀ ଜଣଙ୍କ ଆଦିବାସୀ ହୋଇଥିବାକୁ ଅନ୍ୟ ଜାତି କହି ଗ୍ରହଣ ନକରିବାକୁ ମନା କରିଦେଇଥିଲେ । ଯାହାଫଳରେ ଆଶିଷ ପରେ ଶିକ୍ଷୟତ୍ରୀଙ୍କୁ ନେଇ ଏକ କାରରେ ରାୟପୁର ନେଇଯାଇଥିଲା । କିନ୍ତୁ ନେବା ସମୟରେ ଚଳନ୍ତା କାର ଭିତରେ ନିଜ ପ୍ରେମିକାକୁ ଦୁଷ୍କର୍ମ କରିଥିଲା ଆଶିଷ । ଏପଟେ ଘଟଣାପରେ ଶିକ୍ଷୟତ୍ରୀ ଜାଣିବାକୁ ପାଇଥିଲେ କାରରେ ଆଶିଷ ତାଙ୍କୁ ରାୟପୁର ନେଇଯାଉଛି । ସେ ତୁରନ୍ତ ଏନେଇ ନିଜ ଭାଇକୁ ଏକଥା ଜଣାଇଥିଲେ । ଶିକ୍ଷୟତ୍ରୀଙ୍କ ଭାଇ ଆଶିଷକୁ କଲରେ ବାଲିଗୁଡା ଆସିବାକୁ କହିଥିଲେ ।

ବାଲିଗୁଡା ଆସିବା ପରେ ଶିକ୍ଷୟତ୍ରୀ ଜଣକ ଚଳନ୍ତା କାର ଭିତରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ନେଇ କହିଥିଲେ । ଏହାପରେ ସିଧା ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବାଲିଗୁଡା ପୋଲିସ ଅଭିଯୁକ୍ତ ଆଶିଷ କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ନେଇ ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.