ଆଜି IPL ପାଇଁ ବସିବ ନିଲାମୀ ହାଟ, ଜାଣନ୍ତୁ କେତେରେ କିଣା ହେବେ କିଏ ?

କିଏ ହେବେ ସବୁଠୁ ଦାମୀ ଖେଳାଳି ? କାହା ଉପରେ ହେବ ଟଙ୍କା ବର୍ଷା ? ଆଜି IPL ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ପ୍ରିମିୟର ଲିଗ୍ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଆଇପିଏଲ ହାଟରେ ୩୩୩ ଖେଳାଳିଙ୍କ ଭିତରୁ ୭୭ ଜଣଙ୍କୁ ବାଛିବେ ୧୦ ଫ୍ରାଞ୍ଚାଇଜ୍ ।

କିଏ ହେବେ ସବୁଠୁ ଦାମୀ ଖେଳାଳି ? କାହା ଉପରେ ହେବ ଟଙ୍କା ବର୍ଷା ? ଆଜି IPL ୨୦୨୪ ପାଇଁ ହେବ ମିନି ଅକ୍ସନ୍ । ବିଶ୍ବର ସବୁଠୁ ବଡ଼ କ୍ରିକେଟ୍ ପ୍ରିମିୟର ଲିଗ୍ ପାଇଁ ଦୁବାଇରେ ହେବ ନିଲାମୀ ପ୍ରକ୍ରିୟା । ଆଇପିଏଲ ହାଟରେ ୩୩୩ ଖେଳାଳିଙ୍କ ଭିତରୁ ୭୭ ଜଣଙ୍କୁ ବାଛିବେ ୧୦ ଫ୍ରାଞ୍ଚାଇଜ୍ । ବଳକା ୨୬୨.୯୫ କୋଟି ଟଙ୍କାକୁ ନେଇ କିଣିବେ ତାରକା ଖେଳାଳି । ଫୋକସରେ ରହିବେ ଟପ୍ ୮ । ନ୍ୟୁଜିଲାଣ୍ଡର ଲେଫ୍ଟହ୍ୟାଣ୍ଡ ବ୍ୟାଟିଂ ଅଲରାଉଣ୍ଡର ରାଚିନ ରବୀନ୍ଦ୍ର । ଦିନିକିଆ ବିଶ୍ବକପରେ ନିଜର ଦମ ଦେଖାଇ ଥିଲେ ।

ଏହି କିୱି ଅଲରାଉଣ୍ଡରଙ୍କ ବେସ ପ୍ରାଇସ ହେଉଛି ୫୦ ଲକ୍ଷ ଟଙ୍କା। ଅଷ୍ଟ୍ରେଲିଆର ଆଗ୍ରେସିଭ୍ ବ୍ୟାଟର ଟ୍ରେବିସ ହେଡ୍ । ଆଟାକିଂ ସଟ୍ସ ଖେଳିବାରେ ଖୁବ ମାହିର୍ । ଟ୍ରେବିସ ହେଡଙ୍କ ବେସ୍ ପ୍ରାଇସ ରହିଛି ୨ କୋଟି ଟଙ୍କା । ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପେଟ କମିନ୍ସ । ବିଶ୍ବକପ ବିଜୟୀ ଏହି ଅଧିନାୟକଙ୍କ ମଧ୍ୟ ଚଳିତ ଆଇପିଏଲରେ ଖୁବ୍ ଡିମାଣ୍ଡ । ୨ କୋଟିର ବେସ ପ୍ରାଇସ ରହିଥିବା ଏହି ଖେଳାଳି ପୂର୍ବରୁ ମୁମ୍ବାଇ ଓ ଦିଲ୍ଲୀ ସହ ଖେଳି ସାରିଛନ୍ତି । ଇଂଲଣ୍ଡର ମିଡିଲ ଅର୍ଡର ବ୍ୟାଟର ହ୍ୟାରି ବ୍ରୁକ ।

ଗତ ଆଇପିଏଲ ସିଜିନରେ ସନରାଇଜର୍ସ ହାଇଦ୍ରାବାଦ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଥିଲା । ଏହି ସଂସ୍କରଣରେ ହ୍ୟାରିଙ୍କ ବେସ ପ୍ରାଇସ ରହିଛି ୨ କୋଟି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଶାର୍ଦୁଲ ଠାକୁର । ଗତଥର କୋଲକାତା ତରଫରୁ ଖେଳିଥିବା ଏହି ଖେଳାଳିଙ୍କ ବେସ ପ୍ରାଇସ ରହିଛି ୨ କୋଟି । ଶ୍ରୀଲଙ୍କାର ସ୍ପିନ ବୋଲିଂ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗା । ଜଣେ ୱାର୍ଲଡ କ୍ଲାସ ଲେଗ ସ୍ପିନର । ଗତ ସଂସ୍କରଣରେ ଆହତ ସମସ୍ୟା ଯୋଗୁ ଅଧିକ ମ୍ୟାଚ ଖେଳି ପାରି ନଥିଲେ । ଏହି ସଂସ୍କଣରେ ହସରଙ୍ଗାଙ୍କ ବେସ ପ୍ରାଇସ ରହିଛି ୧.୫୦ କୋଟି । ଅଷ୍ଟ୍ରେଲିଆର ଲେଫଟ ଆର୍ମ ପେସର ମିଚେଲ ଷ୍ଟାର୍କ ୮ ବର୍ଷ ପରେ ଆଇପିଏଲରେ ଖେଳିପାରନ୍ତି । ଶେଷଥର ୨୦୧୫ରେ ଆରସିବିର ସଦସ୍ୟ ଥିଲେ । ମିଚେଲଙ୍କ ବେସ ପ୍ରାଇସ ହେଉଛି ୨ କୋଟି । ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଲକି ଫର୍ଗୁସନ । ଲକିଙ୍କୁ ୧୦ କୋଟିରେ କିଣିଥିବା କେକେଆର ତାଙ୍କୁ ରିଲିଜ କରିଥିଲା । ଚଳିତ ସଂସ୍କରଣରେ ତାଙ୍କ ବେସ ପ୍ରାଇସ ହେଉଛି ୨ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.