Below header

ଏକାଦଶୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଅର୍ପଣ ହେଲା ବ୍ରହ୍ମକମଳ

ପୁରୀ (କେନ୍ୟୁଜ୍) : କର୍ତ୍ତିକ ମାସ ଏକାଦଶୀରେ ମହାଦୀପ ଦର୍ଶନ କରିଛନ୍ତି ହଜାର ହଜାର ହାବିଷ୍ୟାଳି। ମହାଦୀପ ଦର୍ଶନରେ ପାପ କ୍ଷୟ ହୁଏବୋଲି ବିଶ୍ୱାସ ରହିଛି। ଏକାଦଶୀରେ ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗିହୋଇଛି ୩୦ଟି ବ୍ରହ୍ମ କମଳ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତ ଶ୍ରୀଜୀଉଙ୍କ ନିକଟରେ ଏହି ବିରଳ ବ୍ରହ୍ମ କମଳ ପୁଷ୍ପ ଅର୍ପଣ କରିଛନ୍ତି।

ପୁରାଣ କୁହେ ଏହି ପୁଷ୍ପ ସ୍ବର୍ଗରେ ଫୁଟେ। ମର୍ତ୍ତ୍ୟରେ କ୍ବଚିତ ଏହି ଫୁଲ ଫୁଟିବା ଦେଖାଯାଏ । ଜଗନ୍ନାଥଙ୍କ ପ୍ରିୟ ଫୁଲ ଭିତରୁ ଏହା ଅନ୍ୟତମ। ଏହି କମଳ ସନ୍ଧ୍ୟା ସମୟରେ ଫୁଟେ ଏବଂ ପ୍ରାୟ ୩ ଘଣ୍ଟା ଯାଏଁ ସତେଜ ରହେ । ତା ପରେ ମଉଳି ଯାଏ। କୁହାଯାଏ ଶନିବାର ଏକାଦଶୀ ଦିନ ଜଗନ୍ନାଥଙ୍କୁ ବ୍ରହ୍ମକମଳ ଅର୍ପଣ କଲେ କୋଟି ଜନ୍ମର ପୂଣ୍ୟ ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.