ବେଆଇନ୍ ବାଣ ଚଢ଼ାଉ : ତ୍ରିଲୋଚନପୁର ଗାଁକୁ ସିଲ୍ କଲା କମିଶନରେଟ୍ ପୋଲିସ୍

ମାହାଙ୍ଗା (କେନ୍ୟୁଜ୍) : ଏବେ ସାରା ରାଜ୍ୟରେ ଚାଲିଛି ବେଆଇନ୍ ବାଣ କାରଖାନା ଏବଂ ବାଣ ଦୋକାନ ଉପରେ ଚଢ଼ାଉ ଚାଲିଛି । ସୁପ୍ରିମ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଏହି ଚଢ଼ାଉ କରାଯାଉଛି । ଏହି କ୍ରମରେ କଟକ ଜଗତପୁର ଥାନା ତ୍ରିଲୋଚନପୁର ଗାଁରେ ବେଆଇନ ବାଣ ତିଆରି କରାଯାଉଥିବା ଖବର ପାଇ କମିଶନରେଟ୍ ପୋଲିସର ଚଢାଉ କରିଛି । ଏସ୍ପି ତ୍ରିନାଥ ମିଶ୍ରଙ୍କ ନେତୃତ୍ୱରେ ୭ ପ୍ଲାଟୁନ୍ ପୋଲିସ ସହାୟତାରେ ପୂରା ଗାଁକୁ ସିଲ୍ କରାଯାଇଛି । ପୋଲିସ୍ ଘରେ ଘରେ ପଶି ତଲାସୀ କରୁଛି ।
ଗାଁର ସମସ୍ତ ରାସ୍ତାକୁ ସିଲ୍ କରି ଯାନବାହନକୁ ଯାଞ୍ଚ କରାଯାଉଛି । ସନ୍ଦେହ ହେଉଥିବା ଲୋକଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି । ବେଆଇନ ବାଣ ତିଆରି କରୁଥିବା ଲୋକେ ବାଣ ଫୋପାଡି ଦେଉଥିବା ଜଣାପଡ଼ିଛି । ଘରେ ଘରେ ପଶି ବାଣ ସିଜ୍ କରୁଛି ପୋଲିସ । ମୁଖ୍ୟତଃ ମାରାତ୍ମକ ଏବଂ ପ୍ରଦୂଷଣକାରୀ ବାଣ ଉପରେ କୋର୍ଟ କଟକଣା ଲଗାଇଛନ୍ତି । ଏହା ସତ୍ତ୍ବେ ଅନେକ ସ୍ଥାନରେ ବ୍ରୋଇନ୍ ଭାବେ ଏଭଳି ବାଣ ତିଆରି ଓ ବିକ୍ରି ଚାଲିଛି ।