Below header

ସୁନ୍ଦରଗଡ଼ କୁଞ୍ଜପାଣି ନିକଟରେ ପୋଲ ଭୁଶୁଡ଼ିବା ଘଟଣା, ଥାନାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ

ସୁନ୍ଦରଗଡ଼(କେନ୍ଯୁଜ୍) : ସୁନ୍ଦରଗଡ଼ ଜିଲ୍ଲା ଜାମୁଡିହି କୁଞ୍ଜପାଣି ନିକଟରେ ପୋଲ ଭୁଶୁଡ଼ିବା ଘଟଣାରେ ମାମଲା ରୁଜୁ । କେ. ବଲାଙ୍ଗ ଥାନାରେ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ବ୍ରିଜ୍‌ କାମ କରୁଥିବା ଦୁଇ ଠିକାଦାର ଅତୁଲ କୁମାର ଓ ରବି ରଞ୍ଜନଙ୍କ ସହ କନିଷ୍ଠ ଯନ୍ତ୍ରୀ କୁଲଦୀପଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

polaଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ଅନୁଧ୍ୟାନ କରିଛନ୍ତି । ଗତକାଲି ଜାମୁଡିହି କୁଞ୍ଜପାଣି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣଧୀନ ପୋଲର ଛାତ ଢଳେଇ ବେଳେ ଅଚାନକ ଭୁଶୁଡ଼ି ପଡିଥିଲା । ଏଥିରେ ୧୪ ଜଣ ଶ୍ରମିକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.