ମାଲକାନଗିରି : ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି(କେନ୍ଯୁଜ୍) : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ୩ ହାର୍ଡକୋର ମାଓବାଦୀ ଗିରଫ । ତଙ୍ଗପାଲ ଥାନା ଅନ୍ତର୍ଗତ ଆବାପଲ୍ଲୀ ଜଙ୍ଗଲରେ ଅପରେସନ ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ଏହି ୩ ମାଓବାଦୀ ଦକ୍ଷିଣ ବସ୍ତର ଡିଭିଜନାଲ କମିଟିରେ ସକ୍ରିୟ ସଦସ୍ୟ ଥିଲେ । ବୁର୍ଖାପାଲି ଜଙ୍ଗଲରେ ସିଆରପିଏଫ ଯବାନଙ୍କୁ ଆକ୍ରମଣ, ଚିନ୍ତଲନାର ବିସ୍ଫୋରଣ ଆଦି ହିଂସାକାଣ୍ଡରେ ସେମାନଙ୍କ ନାଁ ରହିଛି । ଏମାନଙ୍କୁ ଧରିବା ପାଇଁ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ରାଶି ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.