କଟକ: ତାଲଦଣ୍ଡା କେନାଲ ଉପରେ ଉଦଘାଟିତ ହୋଇଛି ବ୍ରିଜ
କଟକ(କେନ୍ୟୁଜ୍): କଟକ ଏସସିବି ବଡ ମେଡିକାଲ ନିକଟରେ ତାଲଦଣ୍ଡା କେନାଲ ଉପରେ ବ୍ରିଜ ଉଦଘାଟିତ ହୋଇଛି। ଏଠାରେ ବ୍ରିଜ ନିର୍ମାଣ ପାଇଁ ବହୁ ଦାବି ହେବା ପରେ ତେବେ ରାଜ୍ୟ ସରକାର ୬ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି। ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଲୋକାର୍ପିତ କରିଛନ୍ତି। ଏଥିରେ କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, ପୂର୍ବତନ ବିଧାୟକ ବିଧାୟକ ପ୍ରଭାତ ବିଶ୍ୱାଳ ଉପସ୍ଥିତ ଥିଲେ।