ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦ ମୁକାବିଲା ଜିତି ସିରିଜ୍ ବିଜୟୀ ହେଲା ଟିମ୍ ଇଣ୍ଡିଆ
ଲୌଡରହିଲ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ମ୍ୟାଚକୁ ଭାରତ ଜିତି ନେଇଛି। ଭାରତ ରବିବାରର ଦ୍ବିତୀୟ ମୁକାବିଲାକୁ ଡକୱର୍ଥ/ଲୁଇସ୍ ନିୟମରେ ୨୨ ରନ୍ରେ ଜିତିଛି। ଫଳରେ ୨-୦ରେ ଆଗୁଆ ହେବା ସହ ବିଶ୍ବକପ୍ ପରେ ପ୍ରଥମ ସିରିଜ୍ ବିଜୟ ହାସଲ କରିଛି। ମଙ୍ଗଳବାର ତୃତୀୟ ତଥା ଶେଷ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ର ଗୟନାଠାରେ ଖେଳାଯିବ। ହେଲେ ଏହାର କୌଣସି ପ୍ରଭାବ ଭାରତର ବିଜୟ ଉପରେ ପଡ଼ିବ ନାହିଁ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ଘରୋଇ ମାଟିରେ ବିଜୟ ଆଶାରେ ପଡ଼ିଆକୁ ଓହ୍ଲାଇବ। ଶନିବାର ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ରେ ୪ ୱିକେଟ୍ରେ ବିଜୟୀ ହୋଇଥିଲା ଭାରତ ।