ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ, ନିଜ ଲଭ୍ ଷ୍ଟୋରୀ ଓ ବାହାଘର ବିଷୟରେ କଲେ ଖୁଲାସା

ଡ୍ରାମା କୁଇନ୍‌ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗତ କିଛି ଦିନ ହେବ ରାକ୍ଷୀଙ୍କ ବାହାଘର ହୋଇଯାଇଥିବା ଖବର ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । କୁହାଯାଉଛି କି ରାକ୍ଷୀ ସମସ୍ତଙ୍କୁ ଲୁଚି ଛପି ମୁମ୍ବାଇର ଜେ ଡବ୍ଳୁ ମେରିୟଟ୍ ରେ ଜଣେ ଏନଆରଆଇଙ୍କୁ ମ୍ୟାରେଜ୍ କରିଛନ୍ତି । ନିକଟରେ ସେ ଏକ ଇଣ୍ଟରଭ୍ୟୁରେ ମାନିଛନ୍ତି କି ସେ ମ୍ୟାରେଜ କରିବା କଥା ସତ । ପ୍ରଥମେ ଭାଇରାଲ ହୋଇଥିବା ରାକ୍ଷୀଙ୍କ ମ୍ୟାରେଜ ଫଟୋକୁ ଏକ ଫଟୋ ସୁଟ୍ କହି ସମସ୍ତଙ୍କୁ ମିଛ କୁହାଯାଇଥିବା ବେଳେ ଏବେ କିନ୍ତୁ ରାକ୍ଷୀ ନିଜର ଲଭ୍ ଷ୍ଟୋରୀର ଖୁଲାସା କରିଛନ୍ତି ।

rakhi mrgନିକଟରେ ରାକ୍ଷୀ ନିଜର କିଛି ଫଟୋକୁ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କର ମେହେନ୍ଦୀ, ଚୁଡି ଏବଂ ସିନ୍ଦୁରକୁ ସୋ-ଅପ୍ କରିଥିଲେ । ରାକ୍ଷୀଙ୍କ ଫଟୋକୁ ଦେଖିକି ଆନ୍ଦାଜ୍ ଲଗାଯାଇପାରିବ କି ଏହା ତାଙ୍କର ହନିମୁନ୍ ର ଫଟୋ । ରାକ୍ଷୀଙ୍କୁ ଯେତେବେଳେ ଏହି ଫଟୋକୁ ନେଇ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ କି ସେ ସତରେ ମ୍ୟାରେଜ୍ କରିସାରିଛନ୍ତି ଏବଂ ସେ ଏଥି ପାଇଁ ମିଛ କହିଥିଲେ କାରଣ ସେ ବହୁତ ଡରି ଯାଇଥିଲେ ।

rakhiଇଣ୍ଟଭ୍ୟୁରେ ରାକ୍ଷୀ ନିଜର ଏନଆରଆଇ ସ୍ବାମୀଙ୍କ ନା ରିତେଶ ବୋଲି କହିବା ସହିତ ସେ ୟୁକେର ବାସିନ୍ଦା ବୋଲି ମଧ୍ୟ ସୂଚନା ଦେଇଛନ୍ତି। ଏହାସହିତ ସେ କହିଛନ୍ତି କି ବାହାଘର ପରେ ରିତେଶ ୟୁକେ ଫେରି ଯାଇଛନ୍ତି ଏବଂ ତାଙ୍କର ଭିସା ପ୍ରୋସେସ ବର୍ତ୍ତମାନ ଚାଲିଥିବାରୁ କିଛି ଦିନ ଭିତରେ ସେ ତାଙ୍କୁ ୟୁକେରେ ଭେଟିବେ।

rakhi3ତେବେ ଏହି ଇଣ୍ଟରଭ୍ୟୁରେ ଆଉ ଏକ କଥା ମଧ୍ୟ ସାମ୍ନାକୁ ଆସିଛି କି ରିତେଶ ରାକ୍ଷୀଙ୍କର ବହୁତ ବଡ ଫ୍ୟାନ୍ ଥିଲେ ଏବଂ ସେ ରାକ୍ଷୀଙ୍କୁ ହ୍ବାଟସ୍ ଅପ୍ ରେ ମ୍ୟାସେଜ୍ କରୁଥିଲେ । ଏପରି କିଛି ଦିନ ଚାଲିବା ପରେ ଉଭୟଙ୍କ ଭିତରେ ବହୁତ ଭଲ ଫ୍ରେଣ୍ଡସିପ୍ ହୋଇଯାଇଥିଲା । ପାଖାପାଖି ୧ ବର୍ଷ ଏପରି ଚାଲିବା ପରେ ରିତେଶ ବିବାହ ପ୍ରସ୍ତାବ ଦେଇଥିଲେ । ଯାହାପରେ ରାକ୍ଷୀ ପ୍ରଥମରୁ ରାଜି ହୋଇନଥିଲେ ମଧ୍ୟ ପରେ ଏକମତ ହୋଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଆଉ ଏବେ ସେ ମା ହେବା କଥା ଚିନ୍ତା କରୁଛନ୍ତି ।