Below header

ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରୁ ପୁଣି ବ୍ରାଉନ୍‌ ସୁଗାର ଜବତ। ୩୦୦ ଗ୍ରାମର ଧଳା ଜହର ଜବତ କଲା ଅବକାରୀ ବିଭାଗ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ୨ଜଣ ମହିଳା ଓ ଜଣେ ଯୁବକଙ୍କୁ ଗିରଫ କରାଯାିଛି। ହଳଦିପଡିଆ ଓ ଚିନ୍ତାମଣିଶ୍ୱର ବସ୍ତିରେ ବ୍ରାଉନ ସୁଗାର କାରବାର ଚାଲୁଥିବା ଖବର ପାଇ ଆଜି ସକାଳୁ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ବ୍ରାଉନସୁଗାର କୋଲକତାରୁ ଭୁବନେଶ୍ୱରକୁ ଟ୍ରେନ୍‌ ଯୋଗେ ଅଣାଯାଉଥିଲା। ଏଠାରେ ଛୋଟ ଛୋଟ ପ୍ୟାକେଟ କରି ବିକ୍ରି କରାଯାଉଥିଲା। ଆଗକୁ ବି ଚଢାଉ ଜାରି ରହିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.