Below header

ବାଲେଶ୍ୱର ନୀଳଗିରି ନିକଟରୁ ଜବତ ହେଲା ୨କୋଟି ୭୦ଲକ୍ଷ ଟଙ୍କାର ବ୍ରାଉନସୁଗାର, ଦୁଇ ଗିରଫ

ବାଲେଶ୍ୱର: ଜବତ ହେଲା ୨କୋଟି ୭୦ଲକ୍ଷ ଟଙ୍କାର ବ୍ରାଉନସୁଗାର। ବାଲେଶ୍ୱର ଜିଲ୍ଲା ନୀଳଗିରି ନିକଟରୁ ୨ହଜାର ୭୨୯ଗ୍ରାମର ଧଳା ଜହର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍‌ । ଏହାସହ ଦୁଇ ଜଣଙ୍କୁ ଗିରଫ କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ଡିଜି। ଗତକାଲି ବିଳମ୍ବିତ ରାତିରେ ବ୍ରାଉନସୁଗାର ବ୍ୟବସାୟୀ ଭୋଜି ସାରି ଫେରୁଥିବା ବେଳେ ଖବର ପାଇ ଏସଟିଏଫ ଟିମ୍‌ ଓ ନୀଳଗିରି ପୋଲିସ ମିଳିତ ଚଢାଉ କରିଥିଲେ । ଘଟଣାସ୍ଥଳରୁ କିଛି ବେପାରୀ ଛତ୍ରଭଙ୍ଗ ଦେଇଥିବା ବେଳେ ଏସଟିଏଫ ଟିମ୍‌ ହାତରେ ଦୁଇଜଣ ଅଭିଯୁକ୍ତ ଧରା ପଡିଛନ୍ତି । ଗତ ୪ବର୍ଷ ଭିତରେ ରାଜ୍ୟ ପୋଲିସ ମୋଟ ୬କିଲୋରୁ କମ ବ୍ରାଉନସୁଗାର ଜବତ ହୋଇଥିଲା। ଚଳିତବର୍ଷ ୩ମାସ ମଧ୍ୟରେ ୬କୋଟି ୭୦ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ କରିଛି STF।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.