Below header

ଡେଟିଂ ଷ୍ଟାଇଲ ବଦଳାଇ ଦେଲା କରୋନା, ପରସ୍ପରକୁ ଦେଖା କରିବାକୁ ଡରୁଥିବା କପଲ ଏବେ କରୁଛନ୍ତି କିଛି ଏପରି

କରୋନା ଭାଇରସ ପାଇଁ ଲୋକେ ଏବେ ପରସ୍ପରକୁ ଦେଖା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏବେ ଡେଟିଂ ସାଇଟ ଗୁଡିକ ମଧ୍ୟ ତାର ୟୁଜର୍ସ ମାନଙ୍କୁ ଦୂରରେ ରହି କଥାବାର୍ତ୍ତା ହେବାପାଇଁ କହୁଛି । ତେବେ ଲୋକମାନଙ୍କୁ ଅତି ଆବଶ୍ୟକସ୍ଥଳେ ଘରୁ ବାହାରିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି । ଯେଉଁ କାରଣରୁ ଏବେ ଅଧିକରୁ ଅଧିକ ସମୟ ଲୋକେ ଘରେ କଟାଉଛନ୍ତି ।

ନିକଟରେ ମ୍ୟାଚ ମେକର ଓକେକ୍ୟୁପୀଡ଼ ଏକ ଟ୍ୱିଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ “ଆମେ ଜାଣିନୁ କି ଏହା କାହାପାଇଁ କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଡେଟରେ ବାହାରକୁ ଯିବାର ସମୟ ନୁହେଁ” । ଏହାସହିତ ସେମାନେ ଲେଖିଥିଲେ ‘ଫେସଟାଇମ, ସ୍କାଇପ, କଲ, ଟେକ୍ସଟ, ମେସେଜ ଇତ୍ୟାଦି ଆମର ଆପ । ତେବେ ବେର୍ତ୍ତମାନ ସମସ୍ତେ ରୋମାଣ୍ଟିକ ମୁଡ଼ରେ ଅଛନ୍ତି ।’

ଏହା ବ୍ୟତୀତ ଟିଣ୍ଡର ଇଣ୍ଡିଆ ମଧ୍ୟ ଟ୍ୱିଟର ଜରିଆରେ ଲଙ୍ଗ ଡିଷ୍ଟାନ୍ସ ରିଲେସନସିପ ପାଇଁ ପରାମର୍ଶ ଦେଇଛି । ସେ ମଧ୍ୟ କପଲ ମାନଙ୍କୁ ଦେଖା ସାକ୍ଷାତ ନକରି କେବଳ ଦୂରରେ ରହି ସମ୍ପର୍କ ରଖିବା ପାଇଁ କହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଖବର ମୁତାବକ ଭାରତର ୧୮ଟି ରାଜ୍ୟରୁ ସମୁଦାୟ ୧୬୯ଟି ମାମଲା ଚିହ୍ନଟ କରାଯାଇଛି । ଯେଉଁଥିରୁ ୧୪୪ ଜଣ ଭାରତୀୟ ନାଗରିକ ରହିଥିବା ବେଳେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.