Below header

ବିଏସଏନଏଲ ଗ୍ରାହକ ସେବା କେନ୍ଦ୍ରରେ ଆଧାର କାର୍ଡର ସୁବିଧା, ଭୁବନେଶ୍ୱର ମଣ୍ଡଳ ଅଫିସଠାରେ ପ୍ରଥମ ଆଧାର କେନ୍ଦ୍ର ଉଦଘାଟିତ

ଭୁବନେଶ୍ୱର(କେନ୍ୟୁଜ୍): ବିଏସଏନଏଲ ଗ୍ରାହକ ସେବା କେନ୍ଦ୍ରରେ ଆଧାର କାର୍ଡର ସୁବିଧା। ନୂଆ ଆଧାର କାର୍ଡ, ଆଧାର କାର୍ଡ ଅପଡେଟ୍‌ କିମ୍ବା ଆଧାର କାର୍ଡ ସମ୍ବଦ୍ଧୀୟ ତଥ୍ୟ ଏବେ ବିଏସଏନଏଲ୍‌ ଗ୍ରାହକସେବା କେନ୍ଦ୍ରରେ ସହଜରେ ହୋଇପାରିବ। ଆଧାର ପ୍ରକ୍ରିୟାରେ ବିସ୍ତାର ଓ ପାରଦର୍ଶିତା ଆଣିବା ପାଇଁ UIDAI କର୍ତ୍ତୃପକ୍ଷ ସାରା ଭାରତରେ ପ୍ରଥମ ପର୍ଯ୍ୟାୟରେ ୩୦୦୦ଟି ଏବଂ ଏଥି ମଧ୍ୟରୁ ଓଡିଶାରେ ୯୫ଟି ଗ୍ରାହକସେବା କେନ୍ଦ୍ରକୁ ତାଲିକା ଭୁକ୍ତ କରାଯାଇଛି। ପ୍ରଥମ ଆଧାର କେନ୍ଦ୍ରକୁ ଭୁବନେଶ୍ୱର ମଣ୍ଡଳ ଅଫିସଠାରେ ଉଦଘାଟନ କରାଯାଇଛି। ଏହି ସବୁ ଆଧାର କେନ୍ଦ୍ରରେ ଲୋକମାନେ ନୂଆ ଆଧାର କାର୍ଡ ମାଗଣାରେ ଓ ପୁରୁଣା ଆଧାର କାର୍ଡର ତଥ୍ୟକୁ ପଚାଶ ଟଙ୍କା ଦେଇ ଅପଡେଟ୍‌ କରିପାରିବେ । ଓଡିଶା ମଣ୍ଡଳ ବିଏସଏନଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଡ.ଉଦୟ ଶଙ୍କର ପଣ୍ଡା ଏହାକୁ ଉଦଘାଟନ କରିଛନ୍ତି। ବିଏସଏନଏଲ ଦ୍ୱାରା ଏହି ସବୁ କେନ୍ଦ୍ର ମାନଙ୍କରେ Hi Speed FTTH ଦ୍ୱାରା ଆଧାର ଉପକରଣ ଗୁଡିକ ସଂଯୋଗ କରାଯାଇଥିବାରୁ ଲୋକମାନେ ସହଜରେ ଏହି ସୁବିଧା ପାଇପାରିବେ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.