ମୟୂରଭଞ୍ଜ: ଫେଲ ମାରିଲା ଯୁବତୀଙ୍କ ବେକରୁ ସୁନା ଚେନ୍ ଲୁଟ ଉଦ୍ୟମ, ନିର୍ଘାତ ପିଟିଲେ ସ୍ଥାନୀୟ ଲୋକେ

ମୟୂରଭଞ୍ଜର(କେନ୍ୟୁଜ୍) : ଫେଲ ମାରିଲା ଯୁବତୀଙ୍କ ବେକରୁ ଲୁଟ ଉଦ୍ୟମ । ନିର୍ଘାତ ପିଟିଲେ ସ୍ଥାନୀୟ ଲୋକେ । ମୟୂରଭଞ୍ଜର ଉଦଳା ପୂର୍ତ୍ତ ବିଭାଗ ସାମନାରେ ଘଟିଛି ଏହି ଘଟଣା । ଜଣେ ଯୁବତୀ ପୂର୍ତ୍ତ ବିଭାଗ ଆଗ ରାସ୍ତା ଦେଇ ଯାଉଥିବା ବେଳେ ଲୁଟେରା ଜଣକ ତାଙ୍କ ବେକରୁ ସୁନାଚେନ ଲୁଟିବାକୁ ଉଦ୍ୟମ କରିଥିଲେ । ତେବେ ଯୁବତୀ ଜଣକ ପାଟି କରିବାରୁ ଲୁଟେରା ଚେନଟିକୁ ଫିଙ୍ଗି ପଳାଇବାକୁ ଉଦ୍ୟମ କରିଥିଲା । କିନ୍ତୁ ସ୍ଥାନୀୟ ଲୋକେ ତାକୁ କାବୁ କରି ନିର୍ଘାତ ମାଡ଼ ମାରିଥିଲେ । ପୋଲିସ ଖବର ପାଇ ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.