Below header

ସ୍କୁଲ ଭିତରେ ଛାତ୍ରୀଙ୍କ ବେକ ଚିପି ହତ୍ୟା ଉଦ୍ୟମ, ଧରା ପଡ଼ିଲା ଦୁର୍ବୃତ୍ତ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ସ୍କୁଲ ପରିସରରେ ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଉଦ୍ୟମ । ଯାଜପୁର ଟମକା ଥାନା ଅଶ୍ୱସ୍ଥପାଳ ନୋଡାଲ ବିଦ୍ୟାଳୟର ଖେଳ ଛୁଟି ସମୟରେ ଜଣେ ଅଜଣା ବ୍ୟକ୍ତି ଛାତ୍ରୀଙ୍କୁ ମୁହଁକୁ ବନ୍ଦ କରି ଗଳା ଚିପି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

MURDER ATTEMPT-2ଛାତ୍ରୀ ଜଣକ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଛନ୍ତି । ଏକତରଫା ପ୍ରେମକୁ ନେଇ ଏଇ ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ଘଟଣାକୁ ନେଇ ଅଶ୍ୱସ୍ଥପାଳ ଗାଁରେ ଚାପା ଉତ୍ତେଜନା ଦେଖା ଦେଇଛି ।

ପୋଲିସ୍‌ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ଶୌଚ କରିବା ପାଇଁ ବାଥରୁମକୁ ଯାଇଥିବା ବେଳେ ପୂର୍ବରୁ ଛପି ରହିଥିବା ଜଣେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲା । ଛାତ୍ରୀଙ୍କ ବେକକୁ ଏକ ତାରରେ ଚିପିବାକୁ ଉଦ୍ୟମ କରିଥିଲା । ଟମକା ଥାନାରେ ଅଭିଯୋଗ ହେବା ପରେ ପୋଲିସର ଏହାର ତଦନ୍ତ କରି ଅଶ୍ୱସ୍ଥପାଳ ଗାଁର ଚନ୍ଦ୍ରଶେଖର ପଲେଇ ଓରଫ ପେଚୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.