କି କାମରେ ଲାଗୁଛନ୍ତି ବୁଲା ଷଣ୍ଢ ? କାହିଁକି ଅସ୍ତରଙ୍ଗରୁ ବେଧଡ଼କ ଚୋରା ଚାଲାଣ ହେଉଛି ଷଣ୍ଢ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଅନେକ ଦ୍ରବ୍ଯର ଚୋରା ଚାଲାଣର  ଘଟଣା ଅନେକ ସମୟରେ ନଜରକୁ ଆସିଛି । ଦୁର୍ବୃତ୍ତମାନେ ଭିନ୍ନ ଭିନ୍ନ ଢଙ୍ଗରେ ସାମଗ୍ରୀକୁ ଅନେକ ଉପାୟରେ ବାହାର ରାଜ୍ୟକୁ ଚାଲାଣ କରୁଥିବାର ଘଟଣା ଗଣମାଧ୍ୟମରେ ପ୍ରସାରଣ  ହୋଇଛି । ହେଲେ  କେହି କେବେ ଶୁଣିନଥିବେ ଷଣ୍ଢ ଚୋରାଚାଲାଣ ହେଉଥିବାର ଘଟଣା ।  ଏମିତି ଏକ ଘଟଣା ନଜର ଆସିଛି ଅସ୍ତରଙ୍ଗ ଅଞ୍ଚଳର ପାଟସୁନ୍ଦରପୁର ଗ୍ରାମରେ । କେତେକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଲୋକ କିଛି ହିନ୍ଦୁ ଲୋକଙ୍କ ଦ୍ଵାରା ଜଗତସିଂହପୁର ଅଞ୍ଚଳରୁ ଷଣ୍ଢ ମାନଙ୍କୁ ଦେବୀନଦୀ ପାର କରାଇ ରାତ୍ର ସମୟରେ ଏକ ଟାଟା ଏସି ଗାଡିରେ ଲୋଡ କରି ଚୋରା ଚାଲାଣ କରୁଥିବା ସମୟରେ ସ୍ଥାନୀୟ ପାଟସୁନ୍ଦରପୁର ଗ୍ରାମର କେତେକ ଯୁବକଙ୍କ ନଜରରେ ପଡିଥିଲା ।

bull smuggling astaranga

ଘଟଣା ସ୍ଥଳକୁ ଯୁବକମାନେ ଯାଇ  ଦେଖିବାକୁ ପାଇଥିଲେ ଦୁର୍ବୃତ୍ତମାନେ ଚାରୋଟି ଷଣ୍ଢକୁ ଗାଡିରେ  ଅତି ଦୟନୀୟ ଭାବେ ଲଦି ନେବାପାଇଁ ଯୋଜନା କରୁଥିଲେ।  ଦୁଇଟି ଷଣ୍ଢଙ୍କୁ ଗାଡିରେ ଲଦି ଆଉ ଦୁଇଟି ଷଣ୍ଢଙ୍କୁ  ବଳପୂର୍ବକୁ ଲଦିବାକୁ ଚେଷ୍ଟା  କରୁଥିଲେ। ଯୁବକମାନେ ଷଣ୍ଢମାନଙ୍କୁ କାହିଁକି ଗାଡିରେ ଲୋଡ କରୁଛ ଆଉ କେଉଁଆଡେ ନେଇଯିବ ବୋଲି ପଚାରିବାରୁ ଘଟଣା ସ୍ଥଳରୁ ଷଣ୍ଢଙ୍କୁ ନେଉଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଦୁଇଜଣ ଦୁର୍ବୃତ୍ତ ଖସି ପଳାଇଯାଇଥିଲେ । ଘଟଣା ସ୍ଥଳରୁ ଷଣ୍ଢକୁ ନଦୀପାର କରିଥିବା ସାତଜଣ ହିନ୍ଦୁ ଯୁବକ ଓ ଗାଡି ଡ୍ରାଇଭର ସହ ଷଣ୍ଢକୁ ଲଦାଯାଇଥିବା ଟାଟା ଏସି ଗଡିକୁ  ଗ୍ରାମବାସୀମାନେ ଅଟକ ରଖି ଅସ୍ତରଙ୍ଗ ପୋଲିସକୁ ଖବର ଦେଇଥିଲେ । ଖବର ପାଇବାପରେ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଷଣ୍ଢ ଲଦା ଯାଇଥିବା ଗାଡିସହ ଅଟକ ଲୋକମାନଙ୍କୁ ଥାନାକୁ ଆଣି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.