ଷଣ୍ଢ ଚାଲାଣ କରୁଥିବା ବେଳେ ୫ଜଣ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଯାଜପୁର ରୋଡ (କେନ୍ୟୁଜ୍) : ସୁକିନ୍ଦା ଥାନା ଅଞ୍ଚଳରୁ ୫ଜଣ ଷଣ୍ଢ ଚାଲାଣକାରୀ ଗିରଫ। ସୁକିନ୍ଦା ଅଞ୍ଚଳ ହରିପୁରଠାରେ ଗୋରୁ ହାଟ ଚାଲିଥିଲା। ଷଣ୍ଢକୁ ନେଇ ବିଲ ମଝିରେ ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକ ସେମାନଙ୍କୁ ଧରିଥିଲେ। ଲୋକମାନେ ପୋଲିସକୁ ଖବର କରି ଚାଲାଣକାରୀଙ୍କୁ ହସ୍ତାନ୍ତର କରିଥିଲେ। ଚାଲାଣକାରୀମାନେ କେନ୍ଦୁଝର ଜିଲ୍ଲାର ପାଟଣାଗଡ ଅଞ୍ଚଳର। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply

Your email address will not be published.