ବରମୁଣ୍ଡା ବ୍ରିଜ୍‌ ନିକଟରେ ଜଳିଗଲା ବସ୍, ୪ ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି

ଭୁବନେଶ୍ବର(କେନ୍ୟୁଜ୍‌): ଜଳିଗଲା ବସ୍ । ବରମୁଣ୍ଡା ବ୍ରିଜ୍‌ ନିକଟରେ ଜଳିଗଲା ବସ୍ । ଦୁର୍ଘଟଣା ପରେ ବସ ଜଳିଯାଇଥିବା ସୂଚନା । ବସ୍ କାଚ ଭାଙ୍ଗି ଯାତ୍ରୀଙ୍କୁ ବାହାର କରାଗଲା । ସମସ୍ତ ଯାତ୍ରୀ ସୁରକ୍ଷିତ । ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା ଯାତ୍ରୀବାହୀ ବସ୍।ଏହି ଦୁର୍ଘଟଣାରେ ଆହତ ୪ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଏକ ବସ୍‌ ଆସୁଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିବାର କିଛି ସମୟ ପୂର୍ବରୁ ବସ୍‌ଟି ବରମୁଣ୍ଡା ଓଭର୍ ବ୍ରିଜ ତଳେ ଦୃତ ଗତିରେ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ବସ୍‌ଟି  ଏକ କଲଭର୍ଟ ବାଡ଼ରେ ପିଟି ହୋଇ ଯାଇଥିଲା। ଏହି ଘଟଣାରେ  କଣ୍ଡକ୍ଟର ସାମାନ୍ୟ ଆହତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.