ବୁମରା ବାହିନୀର ରାଜୁତି: ରୋମାଞ୍ଚକର ମୋଡ଼ରେ ଏଜବାଷ୍ଟନ ଟେଷ୍ଟ, ଭାରତର ୨୫୭ ରନରେ ଆଗୁଆ

ଅଧିନାୟକ ଯଶପ୍ରୀତ ବୁମରାଙ୍କ ନେତୃବତ୍ୱରେ ପେସ୍ ବୋଲରଙ୍କ ଚମତ୍କାର ବୋଲିଂ । ତୃତୀୟ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୩ ଓ୍ଵିକେଟ ହରାଇ ୧୨୫ ରନ କରିଛି । ଶୁବମନ ଗିଲ ୪, ହନୁମା ବିହାରୀ ୧୧ ଓ ବିରାଟ କୋହଲି ୨୦ ରନରେ ଆଉଟ ହୋଇଯାଇଛନ୍ତି । ଚେତେଶ୍ୱର ପୂଜାରା ୫୦ ଓ ରିଷଭ ପନ୍ତ ୩୦ ରନରେ ବ୍ୟାଟିଂ କରୁଛନ୍ତି । ଭାରତ ମୋଟ ୨୫୭ ରନର ଅଗ୍ରଣୀ ଲାଭ କରିଛି ।
ଇଂଲଣ୍ଡ ପକ୍ଷରୁ ଚମତ୍କାର ଇନିଂସ ଖେଳିଥିଲେ ଜନୀ ବେୟାରଷ୍ଟୋ । ବେୟାରଷ୍ଟୋ କ୍ରମାଗତ ତୃତୀୟ ଶତକ ହାସଲ କରିଛନ୍ତି । ଭାରତ ପକ୍ଷରୁ ସମସ୍ତ ୧୦ଟି ଓ୍ଵିକେଟ ପେସ୍ ବୋଲର ପାଇଥିଲେ । ବୁମରାଙ୍କୁ ୩ଟି, ସାମିଙ୍କୁ ୨ଟି ଓ ସାର୍ଦ୍ଦୁଲ ଠାକୁରଙ୍କୁ ଗୋଟିଏ ଓ୍ଵିକେଟ ମିଳିଥିଲା । ଟେଲ ଏଣ୍ଡରଙ୍କୁ ସଫା କରିବା ସହ ସର୍ବାଧିକ ୪ଟି ଓ୍ଵିକେଟ ନେଇଥିଲେ ମହମ୍ମଦ ସିରାଜ ।