Below header

ମଝି ରାସ୍ତାରେ ବସ୍ ଭିତରେ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍ ! ଉପସ୍ଥିତ ବୁଦ୍ଧି ଖଟାଇ ଅଟକାଇଦେଲେ ଗାଡି

ହାର୍ଟଆଟାକରେ ଟଳିପଡିବା ପୂର୍ବରୁ ଉପସ୍ଥିତ ବୁଦ୍ଧି ଖଟାଇ ଡ୍ରାଇଭର ଅଟକାଇଦେଲେ ଗାଡି । ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ।

ନୀଳଗିରି(କେନ୍ୟୁଜ): ନିଜ କର୍ମ କରୁଥିବାବେଳେ ବସ୍ ଭିତରେ ହିଁ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍ । ଆଉ ରାସ୍ତା ମଝିରେ ଚାଲିଗଲା ଟୁରିଷ୍ଟ ବସ୍ ଡ୍ରାଇଭରଙ୍କ ଜୀବନ । ହଁ ଆଜ୍ଞା ନୀଳଗିରି ପଞ୍ଚଲିଙ୍ଗେଶ୍ୱରକୁ କୋଲକତାରୁ ବୁଲିବାକୁ ଆସୁଥୁବା ଏକ ଟୁରିଷ୍ଟ ବସ ଡ୍ରାଇଭରଙ୍କ ସହ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମଝି ରାସ୍ତାରେ ବସ୍ ଭିତରେ ହିଁ ହୃଦଘାତରେ ମୃତ୍ୟୁ ହୋଇଛି ।

ସୂଚନା ମୁତାବକ, କୋଲକତାରୁ ପଞ୍ଚଲିଙ୍ଗେଶ୍ଵର ଅଭିମୁଖେ ଆସୁଥିବା ଏକ ଟୁରିଷ୍ଟ ବସ୍ ଆଜି ଭୋରୁ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ପାରି ହେଉଥିବା ସମୟରେ ହଠାତ୍ ଡ୍ରାଇଭର ଜଣଙ୍କୁ ହାର୍ଟଆଟାକ୍ ହୋଇଥିଲା । ପରେ ସେ ଏହା ଜାଣିପାରି ସଙ୍ଗେସଙ୍ଗେ ଗାଡି ଛିଡା କରାଇ ଦେଇଥିଲେ ଏବଂ  ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ । ଏହାପରେ ପାଖ ଘର ଲୋକଙ୍କୁ ଡାକିଥିଲେ ଡ୍ରାଇଭର ଜଣକ। ତେବେ ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଯୋଗେ ନୀଳଗିରି ମେଡିକାଲ ନେଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଡ୍ରାଇଭର ଜଣଙ୍କର ଉପସ୍ଥିତି ବୁଦ୍ଧି ଯୋଗୁଁ ଆଜି ବର୍ତ୍ତିଯାଇଛନ୍ତି ୫୦ରୁ ଅଧିକ ଯାତ୍ରୀ ।

ତେବେ ଦୀର୍ଘ ସମୟ ଧରି ରାସ୍ତାରେ ବସ୍ ସମେତ ପର୍ଯ୍ୟଟକ ଛିଡା ହୋଇ ହଇରାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ମହାନତା ଦେଖାଇଥିଲେ । ବସ୍ ଟିକୁ ଚଳାଇ ପର୍ଯ୍ୟଟକଙ୍କୁ ପଞ୍ଚଲିଙ୍ଗେଶ୍ଵର ଯାଏ ପହଁଞ୍ଚାଇଥିବା ଦେଖିବାକୁ ମିଳିଥିଲା । ସତରେ ଆମେ ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ କାହା ପାଇଁ ଆସିବ ତାହା କାହାକୁ ବି ଜଣା ନଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.