Below header

୬ ଦଫା ଦାବି ନେଇ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ, ରାସ୍ତା ଚଳାଚଳ ଠପ୍‌

୬ ଦଫା ଦାବି ନେଇ ନବରଙ୍ଗପୁର ବନ୍ଦ ଡାକରା। ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଛନ୍ତି ।

ନବରଙ୍ଗପୁର(କେନ୍ୟୁଜ): ୬ ଦଫା ଦାବି ନେଇ ନବରଙ୍ଗପୁର ବନ୍ଦ ଡାକରା। ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସହରର ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଛନ୍ତି। ଚାଉଁରିଆଗୁଡ଼ା ଛକ ମାଝୀଗୁଡା ଛକ ସ୍ଥିତ ୨୬ ନଂ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଫଳରେ ଯାନବାହାନ ଚଳାଚଳ ଠପ ହୋଇଯାଇଛି । ରାସ୍ତାର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ରହିଛି । ଦୋକାନ ବଜାର ସବୁ ବନ୍ଦ ରହିଛି। ନବରଙ୍ଗପୁର,ଜୟପୁର ଓ ନବରଂଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ ଜମି ଗ୍ରହଣରେ ଅହେତୁକ ବିଳମ୍ବତାକୁ ବିରୋଧ କରାଯାଇଛି । ଏଥିସହ ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ତଥା ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ସ୍ଥିତ ପେଣ୍ଡରାଣି ମହବବିଦ୍ୟାଳୟକୁ ସରକାରୀ ମାନ୍ୟତା ଆଦି ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.