Below header

ସରକାରୀ ଅଧିକାରୀଙ୍କ ପାଇଁ ଟ୍ଵିନ୍‌ସିଟିରେ ଚାଲିବ ବସ, ଭଡା ରଖାଯିବ ୩୦ ଟଙ୍କା

ଭୁବନେଶ୍ୱର: ଆସନ୍ତା କାଲି ଠାରୁ ରାଜ୍ୟର କଟକ ଓ ଭୁବନେଶ୍ୱର ସହର ମଧ୍ୟରେ ବସ୍‌ ଚଳାଚଳ ଆରମ୍ଭ ହେବ । ସରକାରୀ ଅଧିକାରୀଙ୍କ ସୁବିଧା ପାଇଁ ଟ୍ଵିନ୍‌ସିଟିରେ ବସ୍‌ ଚଳାଚଳ କରିବ । ବସ୍‌ ଭଡା ୩୦ ଟଙ୍କା ରହିବ । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେହିପରି ଗ୍ରୀନ୍‌ ଜୋନ୍‌ରେ ବସ୍‌ ଚଳାଚଳ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଥିବା ଜଣାଯାଇଛି । ଭଡାକୁ ଦୁଇ ଗୁଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ବସ୍‌ ଚଳାଚଳ ନେଇ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

କହି ରଖିବା ଉଚିତ ହେବଯେ, ଜାରି ହୋଇଥିବା ଲକ ଡାଉନ କାରଣରୁ ରାଜ୍ୟରେ ବସ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଗ୍ରୀନ ଜୋନ୍ ସ୍ଥାନ ଗୁଡିକରେ ଅତି ଶୀଘ୍ର ବସ ଚଳାଚଳ ନେଇ ନିଷ୍ପତ୍ତି ନିଆଯିବ । ପୂର୍ବରୁ ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ଗ୍ରୀନ ଜୋନ୍ ଗୁଡିକରେ ବସ ଚଳାଚଳ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଘରୋଇ ବସ ମାଲିକ ସଂଘ ତରଫରୁ ଏହାକୁ ବିରୋଧ କରାଯାଇଥିଲା । ପ୍ରସ୍ତୁତ ହୋଇଥିବା ଗାଇଡ଼ ଲାଇନ ଅନୁସାରେ ୫୦ ପ୍ରତିଶତ ବସ ଚାଲିବାକୁ ଅନୁମତି ଦିଆଯାଇ ଥିବା ବେଳେ ଏଥିରେ ୫୦ ପ୍ରତିଶତ ଯାତ୍ରୀ ଯିବା ଆସିବା କରିପାରିବେ । କିନ୍ତୁ ଏହା ଉପରେ ବସ ମାଲିକ ମାନେ କ୍ଷତି ଘଟିବା ନେଇ ଅଭିଯୋଗ କରିବାରୁ ସେମାନଙ୍କ ପାଇଁ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପ୍ରସ୍ତାବ ପ୍ରସ୍ତୁତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.