ନବରଙ୍ଗପୁରରେ ଗୁଜବ: ସମୁଦ୍ର ଶୁଖିବାକୁ ଲାଗିଲାଣି, ଆଉ ମିଳିବନି ଲୁଣ

ନବରଙ୍ଗପୁର (କେ ନ୍ୟୁଜ୍‌) : କୁହାଯାଏ, ଗୁଜବର ହାତ, ଗୋଡ଼ କି କାନ ନଥାଏ । ସେ କେଉଁଠୁ ଆସି କେଉଁଠି ପହଞ୍ଚେ ତାର ଠିକଣା ନାହିଁ । ଗତକାଲି କଟକ ସହରରେ ଏମିତି ଗୋଟିଏ ଗୁଜବ ଯୋଗୁଁ ଦିନ ୨ଟା ବେଳୁ ଦୋକାନ ବଜାର ବନ୍ଦ ହୋଇ ଯାଇଥିଲା ଆଜି ଏହାଠାରୁ ଆହୁରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଲୁଣ ପାଇଁ ଲମ୍ବାଲାଇନ୍ ହୋଇଛି। ସମୁଦ୍ର ଶୁଖିବାକୁ ଲାଗିଲାଣି । ଆଉ ମିଳିବନି ଲୁଣ । ଗତ କିଛି ଦିନ ହେଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ଓ ରାଇଘର ଅଞ୍ଚଳରେ ଏନେଇ ଗୁଜବ ଦେଖିବାକୁ ମିଳିଛି।

sealଲୁଣ ଆଉ ବଜାରରେ ମିଳିବନି କିଏ ଗୁଜବ ସୃଷ୍ଟି କରିଦେବାରୁ  ଦୋକାନରେ ଭିଡର ପରିମାଣ ଏତେ ହୋଇଥିଲା ଯେ ପୋଲିସକୁ ନାକେଦମ ହେବାକୁ ପଡିଛି। ଦୋକାନୀମାନେ ମଧ୍ଯ  ଭିଡକୁ ନିୟନ୍ତ୍ରଣ କରିପାରିଲାନାହିଁ । କୋରନାକୁ କାହାର ଡର ନଥିଲା କି ଖାତିର ନଥିଲା । ସଭିଁଏ ମାଡିଚାଲିଥିଲେ ଲୁଣ ନେବାକୁ । ତେବେ ଖୁବଶୀଘ୍ର ଗୁଜବକାରିକୁ ଧରି ଉଚିତ ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।

RAJA SWAIN

ସେପଟେ ମନ୍ତ୍ରୀ କହିଛନ୍ତି ଗୁଜବ ସୃଷ୍ଟିକାରୀଙ୍କ ଉପରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ। ଗୁଜବରେ ବିଶ୍ୱାସ ନକରିବା ପାଇଁ କିମ୍ବା ଆତଙ୍କିତ ନହେବାକୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ଯଥେଷ୍ଟ ପରିମାଣର ଲୁଣ ମହଜୁଦ ଥିବା ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.