ଏଥର କଣ କହିବେ ମୋଦି, ଲକଡାଉନ ହଟିବ ନା ପୁଣି ବଢିବ? ଆଜି ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଆଜି ରାତି ୮ ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ଟ୍ଵିଟର ହ୍ୟାଣ୍ଡେଲରେ ଏହି ସୂଚନା ମିଳିଛି। ଦେଶରେ କରୋନା ଭାଇରସ ଜରଣରୁ ଜାରି ରହୁଥିବା ଲକଡାଉନ ମଧ୍ୟରେ ଏହା ପିଏମ ମୋଦିଙ୍କର ପଞ୍ଚମ ସମ୍ବୋଧନ ଅଟେ।


କୁହାଯାଉଛି ଯେ ସମ୍ବୋଧନରେ କରୋନା ଲକଡାଉନ ସମ୍ପର୍କରେ କରିପାରନ୍ତି ଆଲୋଚନା। ମହାମାରୀର ଆଗାମୀ ଲଢ଼େଇକୁ ନେଇ ସୂଚନା ଦେବେ ମୋଦି। ଏହା ପୂର୍ବରୁ ଗତ ୧୪ ଏପ୍ରିଲରେ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ତେବେ ଆଗକୁ ଲକଡାଉନ ହଟିବ ନା ଆଗକୁ ବଢିବ ସେ ନେଇ ରହିଛି ସମସ୍ତଙ୍କ ନଜର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସୋମବାର ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ କରୋନା ମହାମାରୀକୁ ନେଇ ଆଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.