ତେଲ ଲୁଣର ସଂସାରରେ ମାଡି ଆସିଲା ଦୁଃଖର କଳା ବାଦଲ, ୪ ଝିଅଙ୍କୁ ନେଇ ଏବେ ବେସାହାରା ରୀନା

ଗଞ୍ଜାମ: ବଡ ଝିଅକୁ ମାତ୍ର ୧୧ ବର୍ଷ । ତାକୁ ମିଶାଇ ୪ଟି ଝିଅ । ତେଲ ଲୁଣର ସଂସାର ସୁଖେ ଦୁଃଖ ଚାଲିଥିଲା । ହଠାତ୍ କୁଆଡୁ ମାଡିଆସିଲା କରୋନା ରୂପୀ କଳା ବାଦଲ ଆଉ ଅନ୍ଧାର କରି ଚାଲିଗଲା ଏଇ ପରିବାରକୁ ।  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ରୀନା ବେହେରା। ଯାହାଙ୍କ ପାଇଁ ଏବେ ଜୀବନ ଜିଇଁବା ଏକ ପ୍ରକାରର ଅସମ୍ଭବ ହୋଇପଡିଛି । ୨୦ ବର୍ଷ ଧରି ସୁରତର ସୁତାକଳରେ କାମ କରୁଥିଲେ ସ୍ବାମୀ । ଯାହା ପଠାଉଥିଲେ ସେଥିରେ ନିଜର ଅଭାବୀ ସଂସାରକୁ ଚଳାଉଥିଲେ ସ୍ତ୍ରୀ । ହେଲେ ବର୍ତ୍ତମାନ କରୋନା ଯୋଗୁଁ ଲକ୍ ଡାଉନ୍ ଆରମ୍ଭ ହେବାପରେ ବସ୍ ଯୋଗେ ଗତ ୬ ତାରିଖରେ ନିଜ ଗାଁକୁ ଫେରିଥିଲେ ସ୍ବାମୀ ପ୍ରଫୁଲ୍ଲ ବେହେରା ।

quarantineଗାଁରେ ପହଁଚିବା ପରେ ପୋଲସରା ବ୍ଲକ୍‌ ଢୁଙ୍କାପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସଙ୍ଗରୋଧ କେନ୍ଦ୍ରକୁ ଆସିବା ଦିନଠାରୁ ପ୍ରଫୁଲ୍ଲ ଜ୍ବରରେ ପୀଡ଼ିତ ଥିଲେ। ହେଲେ ହଠାତ୍ ୮ତାରିଖରେ ମାଧ୍ଯାନ୍ନ ଭୋଜନ କରୁଥିବା ସମୟରେ ହଠାତ୍ ଟଳି ପଡିଲେ । ଯାହାପରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ।

motherତାଙ୍କ ମୃତ୍ୟୁକୁ ନେଇ ସଂଗରୋଧ କେନ୍ଦ୍ର ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଏହି ଘଟଣାପରେ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ଯବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି କୁ ପଠାଇଥିଲେ । ଏହାପରେ ପରିବାର ଲୋକେ ମୃତଦେହକୁ ନବା ପାଇଁ ମନା କରିଦେବାପରେ ପ୍ରଶାସନ ପକ୍ଷରୁ ଶବ ସତ୍କାର କରିବା ପାଇଁ ବ୍ଯବସ୍ଥା କରାଯାଇଥିଲା । ତେବେ ଘରେ ରୋଜଗାରିଆ ସ୍ବାମୀଙ୍କୁ ହରାଇ ଏବେ ବେସାହାରା ପତ୍ନୀ, କେମିତି ୪ ଝିଅଙ୍କୁ ନେଇ ପରିବାର ପ୍ରତିପୋଷଣ କରିବେ? ଏଦିଗରେ ସରକାର ଦୃଷ୍ଟି ଦେବା ନିହାତୀ ଜରୁରୀ ହୋଇପଡିଛି ।

RITA BEHERA

AT/PO-MADHUPALLI

VIA-POLASARA

DIST-GANJAM

PIN-761105

PHONE NO-8160599645

 

AC NO

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.