Below header

ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ, ଏବେ ଠାରୁ ସ୍ୱାଭାବିକ ହେବ ବସ ଚଳାଚଳ

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଧର୍ମଘଟ ସ୍ଥଗିତ ରଖିଲେ ସଂଘ । ଏବେ ଠାରୁ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପ୍ରେସ ମିଟ ଜରିଆରେ କହିଲା ସଂଘ ।

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ । ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ଧର୍ମଘଟ ସ୍ଥଗିତ ରଖିଲେ ସଂଘ । ଏବେ ଠାରୁ ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ପ୍ରେସ ମିଟ ଜରିଆରେ କହିଲା ସଂଘ । ଆସନ୍ତା ୨୬ ତାରିଖରେ କଣ ଲିଖିତ ପ୍ରତିଶ୍ରୁତି ମିଳୁଛି ଦେଖିବା ପରେ ସଂଘ ନିଷ୍ପତି ନେବ ବୋଲି ଘୋଷଣା କଲା ସଂଘ ।

ତେବେ ଆସନ୍ତା ୨୬ ତାରିଖରେ ପୁଣି ଥରେ ଆଲୋଚନା ପାଇଁ ବସିବ ସଂଘ । ଆଜି ରାଜ୍ୟ ସରକାରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସକାରାତ୍ମକ ହୋଇ ଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲା । ଷ୍ଟିଅରିଂ କମିଟି ବୈଠକ ପରେ ୧ ଘଣ୍ଟା ମଧ୍ୟରେ ସଂଘ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦେଇଥିଲେ ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.