ଦୁଇ ବାଇକ ଧକ୍କା, ଦୁଇ ମୃତ 

ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମକାପଦା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି l ମୃତକ ଛେଳିଗଡ଼ ଗ୍ରାମର କାନ୍ହୁ ସାମନ୍ତରା ଏବଂ ଲୁହାଙ୍ଗର ଗ୍ରାମର ରଙ୍ଗନାଥ ଦଳବେହେରା l

 ମୋହନା :  ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଅନ୍ତର୍ଗତ ମକାପଦା ଗ୍ରାମ ନିକଟରେ ଆଜି ସନ୍ଧ୍ୟା ସମୟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି l ମୃତକ ଛେଳିଗଡ଼ ଗ୍ରାମର କାନ୍ହୁ ସାମନ୍ତରା ଏବଂ ଲୁହାଙ୍ଗର ଗ୍ରାମର ରଙ୍ଗନାଥ ଦଳବେହେରା l

କାନ୍ହୁ ଛେଳିଗଡ଼ରୁ ମହେନ୍ଦ୍ରଗଡ଼ ଅଭିମୁଖେ ଆସୁଥିବା ବେଳେ ରଙ୍ଗନାଥ ବାଇକରେ ପେଟ୍ରୋଲ ପକାଇ ନିଜ ଗ୍ରାମକୁ ଫେରୁଥିଲେ l ମକାପଦା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ରଙ୍ଗନାଥଙ୍କ ମୃତ୍ୟୁ ହୋଇଥିବା ବେଳେ କାନ୍ହୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ତେଵେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ଆର. ଉଦୟଗିରି ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.