ଇଡିରେ ହାଜର ହେଲେ ବ୍ୟବସାୟୀ ଅମୀୟକାନ୍ତ ଦାସ, ଅର୍ଚ୍ଚନାଙ୍କୁ ଦେଇଥିଲେ ମୋଟା ଅଙ୍କର ଟଙ୍କା

ଭୁବନେଶ୍ୱର(କେନ୍ୟୁଜ୍): ଅର୍ଚ୍ଚନା ନାଗ ମାମଲାରେ ଇଡିର ଖୋଳତାଡ । ଭୁବନେଶ୍ୱର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଜଣେ ବ୍ୟବସାୟୀ । ତାଙ୍କ ନାଁ ଅମୀୟକାନ୍ତ ଦାସ । ସେ ଅର୍ଚ୍ଚନାଙ୍କୁ ମୋଟା ଅଙ୍କର ଟଙ୍କା ଦେଇଥିଲେ । ତାଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି କରିଥିଲା ଇଡି । ପ୍ରଥମ ପର୍ଯ୍ୟାୟରେ ଅର୍ଚ୍ଚନାଙ୍କ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରକୁ ୧୦ ଦିନିଆ ରିମାଣ୍ଡରେ ନେଇ ନେତା, ବ୍ୟବସାୟୀ ଓ ବିଲଡରଙ୍କ ଲିଙ୍କ୍‌ ପାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ଜେରା କରାଯିବ । ଅନ୍ୟପଟେ ଖଗେଶ୍ୱରକୁ ପୁଣି ୩ ଦିନିଆ ରିମାଣ୍ଡରେ ନେଇଛି ଇଡି । ଏହି ସମୟରେ ତାଠୁ ଅଧିକ ତଥ୍ୟ ମିଳିପାରେ । ଆଗକୁ ବଡ଼ ମୁଣ୍ଡ ଟଣା ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.