Below header

କୋଟିପତି ବ୍ଯବସାୟୀ ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ, ନଇଁରେ ବିପଦପୂର୍ଣ୍ଣ ଯାତ୍ରାରୁ ବର୍ତ୍ତିବା ପାଇଁ ଯୋଗାଇବେ ବୋଟ୍

ମାଲକାନଗିରି: ଦୁଃଖ ସହିପାରିଲେନି ଭାରତର କୋଟିପତି ବ୍ଯବସାୟୀ ଆନନ୍ଦ ମହିନ୍ଦ୍ରା। ଶେଷରେ ଏମିତି କିଛି କାମ କଲେ, ଯେଉଁଥିରେ ଜିତିନେଲେ ଓଡିଶାର ମାଲକାନଗିରି ଜିଲ୍ଲା ବାସୀଙ୍କ ହ୍ରୁଦୟ । ଆନନ୍ଦ ମହିନ୍ଦ୍ରାଙ୍କ ଆଖିରେ ପଡ଼ିଲା ମାଲକାନଗିରିର ଦୁଃଖ। ଏଥର ପାଣିରେ ପାରି ହେବାକୁ ଆନନ୍ଦ ଦେବେ ବୋଟ। ନିଜର କର୍ତ୍ତବ୍ଯ ପାଇଁ ଆଉ ଜୀବନକୁ ବାଜି ଲଗାଇବାକୁ ପଡିବନି କାହାକୁ। ଲୋକଙ୍କ ପାଖରେ ସେବା ପହଞ୍ଚାଇବା ପାଇଁ ଆଉ ଗଭୀର ଜଳରେ ପହଁରିବାକୁ ପଡିବନି, ଆଉ ଲାଉ ତୁମ୍ବା ସାହାଯ୍ୟରେ ନଈ ପାରି ହେବାକୁ ପଡିବନି।

ଗତ କିଛିଦିନ ଦୁଇ ଅଙ୍ଗନବାଡି ଦିଦି ଭରା ନଇଁ ପାରି ହୋଇ ବିପଦପୂର୍ଣ ଯାତ୍ରା କରି ନିଜର କର୍ମ ସ୍ଥଳରେ ପହଁଚିଥିଲେ । ଆପଣଙ୍କ ନଜରକୁ ନିଶ୍ଚିତ ଆସିଥିବ ଏହି ଖବର । ଯାହା ଆନନ୍ଦ ମହିନ୍ଦ୍ରାଙ୍କୁ ବ୍ୟସ୍ତ କରିଛି। ଆଉ ଏହାପରେ ଆନନ୍ଦ ମହିନ୍ଦ୍ରା ଏକ ବୋଟ ଦେବେ ବୋଲି ଘୋଷଣା କରିଛନ୍ତି। ସୂଚନା ଥାଉକି, ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରୁ ଗର୍ଭବତୀ ଓ ପ୍ରସୂତିଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ସହ ଶିଶୁଙ୍କ ଖାଦ୍ୟ ବଂଟନ କରିବା ପାଇଁ ରାଲେଗଡା ଗ୍ରାମ ପଂଚାୟତର ୨ ଜଣ ମହିଳା ଅଙ୍ଗନୱାର୍ଡି କର୍ମୀ ପ୍ରମିଳା ପାନେଲ ଓ ହେମଲତା ଶିଶା ଭରା ନଇଁ ପାରି ହୋଇଥିଲେ।

malkangiriପ୍ରମିଳା ସୁଆପାଲି ଗାଁର ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ବେଳେ ହେମଲତା ନେରୁଡୁପାଲି ଗାଁ ର ଅଙ୍ଗନୱାଡି କେନ୍ଦ୍ରରେ କାମ କରନ୍ତି । ଏହି ଦୁଇଟି ଅଙ୍ଗନୱାଡି କେନ୍ଦ୍ରକୁ ଯିବାକୁ ହେଲେ ନେରୁଡପାଲି ନାଳ ପାରି ହେବାକୁ ପଡେ । ବର୍ଷା ଦିନେ ନେରୁଡପାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥାଏ । ତେବେ ସେବା କରିବା କ୍ଷେତ୍ରରେ ଭରା ନାଳକୁ ଦେଖି ପଛେଇ ଯାଇ ନଥାନ୍ତି ଏହି ଦୁଇ ଜଣ ଅଙ୍ଗନୱାଡି କର୍ମୀ । ଅଣ୍ଟା ରେ ଲାଉ ତୁମ୍ବା ବାନ୍ଧି ପାଣିର ପ୍ରଖର ସ୍ରୋତକୁ କାଟି ଲୋକଙ୍କ ପାଖରେ ପହଂଚିଥାନ୍ତି ।

ଅଙ୍ଗନବାଡି ଦିଦିଙ୍କ ଦୁଃଖକୁ ନିଜେ ଅନୁଭବ କରି ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ଏକ ବୋଟ ଦେବେ ବୋଲି ଘୋଷଣା କରିଛନ୍ତି ଆନନ୍ଦ ମହିନ୍ଦ୍ର।। ଖୁବ ଶୀଘ୍ର ତାଙ୍କ କମ୍ପାନୀ ର ଅଧିକାରୀ ଏକ ଵୋଟ ନେରୁଡପାଲି ଅଞ୍ଚଳରେ ପହଞ୍ଚାଇବେ ବୋଲି ଆନନ୍ଦ ମହିନ୍ଦ୍ରା ନିଜର ଟ୍ୱିଟର ପେଜରେ ଲେଖିଛନ୍ତି। ଆଉ ଏହି ଘୋଷଣା କରି ମାଲକାନଗିରି ବାସୀଙ୍କ ମନ ଜିତିନେଇଛନ୍ତି ଏହି ବିଶିଷ୍ଟ ବ୍ଯବସାୟୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.