ବ୍ରହ୍ମପୁର କର୍ପୋରେସନ୍ ରୋଡରେ ଜୁଆ ଖେଳ ଚାଲିଥିବାବେଳେ ଚଢାଉ: ୮୮ ହଜାରରୁ ଅଧିକ ଟଙ୍କା ଜବତ, ୧୧ ଜୁଆଡି ଗିରଫ

ବ୍ରହ୍ମପୁର : ଜୁଆ ଖେଳରେ ପୁଳା ପୁଳା ଟଙ୍କା। ବ୍ରହ୍ମପୁର ଟାଉନ୍ ଥାନା କର୍ପୋରେସନ୍ ରୋଡ୍ ରେ ଏକ ସ୍ଥାନରେ ଜୁଆଖେଳ ଚାଲିଥିବା ଖବର ପାଇ ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରାଯାଇଥାଏ।  ୧୧ ଜଣ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ୮୮,୪୦୦ ଟଙ୍କା ଓ ତାସ୍ ମୁଠା, ଏବଂ ୧୧ଟି ମୋବାଇଲ୍ କୁ ଜବତ କରାଯାଇଛି ।

moneyପାର୍ବଣ ମାସରେ ଜୁଆ ଖେଳ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ବେଳେ ପୋଲିସ୍ ମଧ୍ୟ ଗୋଡାଇ ଧରୁଛନ୍ତି। ତଥାପି ଜୁଆ ଖେଳ ଥମିବାର ଦେଖିବାକୁ ମିଳୁନାହିଁ। କିଛି ଦିନ ମଧ୍ୟରେ ବ୍ରହ୍ମପୁର ସହରରେ ବିଭିନ୍ନ ସ୍ଥାନରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ଅନେକ ଟଙ୍କା ଜବତ କରାଯାଉଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.