ଆସନ୍ତା ୨୪ରେ ମା’ ମାଣିକେଶରୀଙ୍କ ଛତର ଯାତ୍ରା, ପୂଜା ପାଇଁ ଗାଇଡଲାଇନ ଜାରି କଲା ଜିଲ୍ଲା ପ୍ରଶାସନ

କଳାହାଣ୍ଡି: କଳାହାଣ୍ଡି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରାକୁ ଆଉ ଦୁଇ ଦିନ । ଆସନ୍ତା ୨୪ ତାରିଖରେ ମା’ ମାଣିକେଶରୀଙ୍କ ଛତର ଯାତ୍ରା । ଚଳିତବର୍ଷ ବିନା ଭକ୍ତରେ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଳନ ହେବ । ଏଥିପାଇଁ ଗାଇଡଲାଇନ ଜାରି କରାଯାଇଛି । ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଇବେ ଜିଲ୍ଲା ପ୍ରଶାସନ । ୨୨ ତାରିଖରୁ ବାହାର ଲୋକେ ଛତର ଯାତ୍ରାରେ ସାମିଲ ହେବାକୁ ଅନୁମତି ଦିଆଯିବ ନାହିଁ । କେବଳ ଜରୁରୀ କାଳୀନ ପରିସ୍ଥିତିରେ ସହର ମଧ୍ୟକୁ ପ୍ରବେଶ କରି ପାରିବେ ।

୨୪ ତାରିଖ ଦିନ ଭାବନୀପଟଣା ସହରକୁ ସିଲ କରାଯିବ । ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । କେବଳ ପରମ୍ପରା ଅନୁଯାୟୀ ନୀତି କାନ୍ତି କରାଯିବ । ନିଜ ନିଜ ଘରେ ରହି ଟେଲିଭିଜନ ମାଧ୍ୟମରେ ମା’ଙ୍କ ଦର୍ଶନ କରିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ସହର ଜେନା ଖାଲ ଠାରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ସିସିଟିଭି ଲଗାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.