ସୁକିନ୍ଦା ୮ ନଂ ଜୋନ୍‌ ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ୨୭ରେ ଉପନିର୍ବାଚନ, ନାମାଙ୍କନପତ୍ର ଦାଖଲ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପଦବି ପାଇଁ ଆସନ୍ତା ୨୭ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ବିଜେପି ପ୍ରାର୍ଥୀ ଭାବେ ପ୍ରତାପ କୁମାର ଧୀର ଓ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ସାମନ୍ତ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି । ଗତକାଲି ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତି ନାମାଙ୍କନ ପତ୍ର ଦାଖଲ କରିଥିଲେ ।

JAJPUR IMAGE

ଏହି ଜୋନ ସଭ୍ୟଥିବା ପ୍ରତାପ ଧୀର ଇସ୍ତଫା ଦେବା ପରେ ଜିଲ୍ଲା ପରିଷଦ ସଦସ୍ୟ ପଦବି ଖାଲି ପଡ଼ିଥିଲା । ଗତ ନିର୍ବାଚନରେ ଏହି ଆସନଟି ବିଜେଡ଼ି ହାତକୁ ଯାଇଥିବା ବେଳେ ଏଥର ବିରୋଧୀ କଂଗ୍ରେସ ଓ ବିଜେପି ଆସନଟିକୁ ହାତେଇବା ପାଇଁ ଆଶାବାଦୀ ଅଛନ୍ତି ।

Leave A Reply

Your email address will not be published.