ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ବସୁଛି ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂଧ୍ୟାରେ ଏହି ବୈଠକ ବସିବ । ବୈଠକରେ ୪ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଏହାସହ ଆସନ୍ତା ୩୦ ତାରିଖରେ ରାଜ୍ୟର ୬୬ ପୌରାଞ୍ଚଳର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେଣୁ ସରକାର ପୌରାଞ୍ଚଳର କାର୍ଯ୍ୟ ଅବଧି ୬ ମାସ ଘୁଞ୍ଚାଇ ଦେଇ ପାରନ୍ତି । ଗତ ସୋମବାର କ୍ୟାବିନେଟ୍‌ ବୈଠକ ବସିବାର କାର୍ଯ୍ୟକ୍ରମ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ତାହାକୁ ବାତିଲ୍‌ କରି ଦିଆଯାଇଥିଲା।

Leave A Reply

Your email address will not be published.