ସମ୍ବଲପୁର : ମାଛ ଧରା ଜାଲରେ ପଡ଼ିଲା ଅଜଗର

ସମ୍ବଲପୁର (କେନ୍ଯୁଜ୍) : ମାଛ ଧରା ଜାଲରେ ପଡ଼ିଲା ଅଜଗର । ଛନ୍ଦି ହୋଇ ବେଶ କିଛି ସମୟ ଛଟପଟ ହେଲା । ଏଭଳି ଘଟଣା ଦେଖିବାକୁ ମିଳିଥିଲା ସମ୍ବଲପୁର ଜିଲ୍ଲା ଭତ୍ରାରେ । ଆଜି ସକାଳୁ ଅଜଗରକୁ ଦେଖି ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ମାଛ ଧରିବା ପାଇଁ ଭତ୍ରାର କିଛି ଲୋକ ଏକ ବଡ଼ ଜଳାଶୟ ରେ ଜାଲ ପକାଇଥିଲେ । କିଛି ସମୟ ପରେ ଦେଖିଲା ବେଳକୁ ଜାଲରେ ପଡ଼ିଛି ଏକ ବିରାଟ ଅଜଗର । ଜାଲ ଭିତରୁ ବାହାରକୁ ବାହାରି ନପାରି ନଥିଲା । ଅନୀଲ ମହାରଣା ନାମକ ଜଣେ ଯୁବକ ତାକୁ ଉଦ୍ଧାର କରିଥିଲେ । ତା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଚିକିତ୍ସା ପରେ ଅଜଗରକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି ।

Leave A Reply

Your email address will not be published.