୮ ଦଫା ଦାବିରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବନ୍ଦ

କୋରାପୁଟ (କେନ୍ଯୁଜ୍) : ୮ ଦଫା ଦାବି ନେଇ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବନ୍ଦ । ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୪ଟି ବ୍ଲକକୁ ନେଇ ସବଡିଭିଜନ ଓ ସବଡିଭିଜନ ମେଡିକାଲ ପରି ୮ଟି ଦାବି ନେଇ ୫ଦିନ ହେଲା ଧାରଣାରେ ବସିଛନ୍ତି ବିଧାୟକ କୈଳାସ ଚନ୍ଦ୍ର କୁଲେସିକା।

Leave A Reply

Your email address will not be published.