Below header

ଜିଭ କାଟ, ୫ ଲକ୍ଷ ନିଅ

ନାଗପୁର : ଜିଭର ଦାମ ୫ ଲକ୍ଷ । କାନକୁ ଟିକେ ଅଲଗା ଶୁଭୁଥିଲେ ବି କଥାଟି ସତ । ମହାରାଷ୍ଟ୍ରର ଜଣେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସେଠାକାର ଜଣେ ବିଜେପି ନେତାଙ୍କର ଜିଭ କାଟି ଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି । ଏହି ପୂର୍ବତନ ମନ୍ତ୍ରୀ ଜଣକ ହେଉଛନ୍ତି ସୁବୋଧ ସାଓଜୀ । ବର୍ତ୍ତମାନର ମହାରାଷ୍ଟ୍ର ବିଜେପି ବିଧାୟକ ରାମ କଦମଙ୍କ ଜିଭ କାଟିବା ପାଇଁ ସେ ଏହି ପୁରସ୍କାର ଘୋଷଣା କରିଛନ୍ତି । ଏସମ୍ପର୍କିତ ଏକ ଭିଡିଓ ଜାରି ହୋଇଛି । ନିକଟରେ ରାମ କଦମ ଏକ ଦହି ହାଣ୍ଡି ଭଙ୍ଗା ଉତ୍ସବରେ ଯୋଗ ଦେଇ କହିଥିଲେ ଯେ ମୋ ପାଖକୁ ଯୁବକମାନେ ଯେକୌଣସି କାମ ପାଇଁ ଆସିବେ ମୁଁ ଅକୁଣ୍ଠରେ ସାହାଯ୍ୟ କରିବି । ଏମିତିକି ପୁଅଟିଏ ଭଲ ପାଉଥିବା ଝିଅକୁ ବିବାହ ପାଇଁ ଉଠାଇ ଆଣିଲେ ସେଥିରେ ମଧ୍ୟ ସହାୟତା କରିବି । ଅବଶ୍ୟ ରାମକଦମଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ତାଙ୍କ ଦଳ ଲୋକେ ନାପସନ୍ଦ କରିଛନ୍ତି । କାରଣ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେଉଛନ୍ତି ଏହି ବିଜେପି ନେତା । ବିଧାୟକଙ୍କ ବିବାଦୀୟ ବୟାନରେ କ୍ଷୁବ୍ଧ ହୋଇ ତାଙ୍କ ଜିଭ କାଟିବାକୁ ପୁରସ୍କାର ଘୋଷଣା କରିଛନ୍ତି କଂଗ୍ରେସ ନେତା ସୁବୋଧ ସାଓଜୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.