ପେଟ୍ରୋଲ୍ ଦାମ୍ : ମୁମ୍ବାଇରେ ୮୭ ଟଙ୍କା ୩୯ ଓ ଦିଲ୍ଲୀରେ ୭୯ ଟଙ୍କା ୯୯, ଭୁବନେଶ୍ବରରେ ୭୮ ଟଙ୍କା ୮୫

ନୂଆଦିଲ୍ଲୀ : ସାରା ଦେଶରେ ପ୍ରବଳ ଜନ ଅସନ୍ତୋଷ ସେତ୍ତ୍ବ ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ମୂଲ୍ୟ ମୁମ୍ବାଇରେ ୮୭ ଟଙ୍କା ୩୯ ଓ ଦିଲ୍ଲୀରେ ୭୯ ଟଙ୍କା ୯୯ ପଇସା ଥିବା ବେଳେ ଭୁବନେଶ୍ବରରେ ରହିଛି ୭୮ ଟଙ୍କା ୮୫ ପଇସା । ସେହିପରି ଡିଜେଲ ଦର ମୁମ୍ବାଇରେ ୭୬ ଟଙ୍କା ୫୧ ଓ ଦିଲ୍ଲୀରେ ୭୨ ଟଙ୍କା ୭ ପଇସା ହୋଇଛି । ଭୁବନେଶ୍ବରରେ ଆଜି ଡିଜେଲ ଦାମ୍ ୭୭ ଟଙ୍କା ୩୩ ପଇସା ରହିଥିବା ବେଳେ ଗତକାଲି ୭୬ ଟଙ୍କା ୮୦ ଥିଲା । ଗତକାଲି ପେଟ୍ରୋଲ ଦର ଥିଲା ୭୮ ଟଙ୍କା ୪୧ ପଇସା ।

କେନ୍ଦ୍ର ସରକାରଙ୍କର ସେହି ଗୋଟିଏ କଥା, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଯୋଗୁଁ ଏଭଳି ଘଟୁଛି । ଏହାକୁ ନେଇ ଓଡ଼ିଶାରେ ବିଜେଡି ଆଜି ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ଜନସଚେତନତା ସୃଷ୍ଟି କରୁଛି । ଆସନ୍ତା ୧୦ ତାରିଖ ଦିନ କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.