Below header

ପୁଣି ହଳଦିପଡିଆ, ପୁଣି ଧଳା ଜହର : ମହିଳା ବ୍ୟବସାୟୀ ଗିରଫ

ଭୁବନେଶ୍ୱର (କେନ୍ଯୁଜ୍) : ମାଲକାନଗିରିରୁ ନୀଳ ଜହର, ରାଜଧାନୀରୁ ଜବତ ହେଲା ଧଳା ଜହର । ଭୁବନେଶ୍ୱରରୁ ପୁଣି ଜବତ ହୋଇଛି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର । ଲକ୍ଷ୍ମୀସାଗର ହଳଦିପଡିଆ ବସ୍ତିରେ ଚଢ଼ାଉ କରି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୨ଶହ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୦ଲକ୍ଷ ଟଙ୍କା ହେବ ।

ମଇନା ରାଉତରାୟ ନାମକ ଜଣେ ମହିଳା ବ୍ୟବସାୟୀଙ୍କୁ ଗିରଫ କରଛି ଅବକାରୀ ବିଭାଗ । ସେହଭିଳି ଖୋର୍ଦ୍ଧା ନୂଆଗାଁରେ ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ଵାଡ୍ ଚଢ଼ାଉ କରି ଶହେ ଗ୍ରାମ୍ ବ୍ରାଉନ୍ସୁଗାର ମଧ୍ୟ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କା ହେବ । ବ୍ରାଉନସୁଗାର ବ୍ୟବସାୟୀ ଅଭୟ ରାଉତକୁ ଗିରଫ କରିଛି ଫ୍ଲାଇଂ ସ୍କ୍ଵାଡ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.