ବର୍ଷାରେ ଶିକ୍ଷକ, ବିଧାନସଭାରେ ତାତି

ଭୁବନେଶ୍ବର (କେନ୍ୟୁଜ୍) :  ଗୋଟିଏ ମିନିଟ ବି ଚାଲି ପାରିଲା ନାହିଁ ଗୃହ କାର୍ଯ୍ୟ । ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ ହଟ୍ଟଗୋଳରୁ ଆରମ୍ଭ ହେଲା । ପ୍ରବଳ ହୋହଲ୍ଲା ଯୋଗୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ତୈଳ ଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ । ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଏହାପରେ ବିଜେଡି ବିଧାୟକମାନେ ବିଧାନସଭାରୁ ଯାଇ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିଛନ୍ତି । ସେପଟେ କଂଗ୍ରେସ ଓ ବିଜେପି ବିଧାନସଭାରେ ଉଠାଇଥିଲେ ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ । ଗୃହ ଭିତରେ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ହଟ୍ଟଗୋଳ ଲାଗି ରହିବାରୁ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।

teachers strike

ଅନ୍ୟପକ୍ଷରେ ଦାବି ପୂରଣ ହୋଇ ନଥିବାରୁ ଲୋୟର ପିଏମଜିରେ ଏବେବି ବସି ରହିଛନ୍ତି ଶିକ୍ଷକ ଓ ଅଧ୍ୟାପକମାନେ । ବର୍ଷା ସତ୍ତ୍ବେ ସେମାନେ ତିନି ସପ୍ତାହରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଚଳାଇଛନ୍ତି । ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲା କଂଗ୍ରେସ । ଏହାକୁ ବାଚସ୍ପତି ଗ୍ରହଣ ମଧ୍ୟ କରିଥିଲା । ତେବେ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଆଗେଇ ପାରିଲା ନାହିଁ ।

Leave A Reply

Your email address will not be published.