କଟକ ବଡ଼ମେଡିକାଲରେ ବିରଳ ଅସ୍ତ୍ରୋପଚାର: ଭୁବନେଶ୍ୱର ଆପୋଲୋରେ ମୃତ ମହିଳାଙ୍କ କିଡ୍‌ନୀ ଏସ୍‌ସିବିରେ ଜୀବିତଙ୍କଠାରେ ପ୍ରତିରୋପଣ

କଟକ : କଟକ ବଡ଼ମେଡିକାଲରେ ବିରଳ ଅସ୍ତ୍ରୋପଚାର । ଓଡ଼ିଶାରେ ପ୍ରଥମ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ପ୍ରଚେଷ୍ଟା । ଭୁବନେଶ୍ୱର ଆପୋଲୋରେ ମୃତ ମହିଳାଙ୍କ କିଡ୍‌ନୀ ଏସ୍‌ସିବିରେ ଜୀବୀତଙ୍କଠାରେ ପ୍ରତିରୋପଣ କରାଯାଇଛି । କିଡ୍‌ନୀ ହରାଇଥିବା ଜଣେ ପୁରୁଷ ରୋଗୀଙ୍କୁ ବଞ୍ଚାଇବାକୁ ଏସ୍‌ସିବିର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଗତକାଲି ରାତିରୁ ୭ ଘଣ୍ଟାର କସରତ କରିଥିଲେ ।

kidney picରାତି ୧୧ଟା ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯାଇ ଭୁବନେଶ୍ୱର ଆପୋଲୋରେ ମୃତ ଘୋଷିତ ହୋଇଥିବା ଜଣେ ମହିଳାଙ୍କ କିଡ୍‌ନୀକୁ ଏସ୍‌ସିବି ଅଣାଯାଇଥିଲା । ମୃତ ବ୍ୟକ୍ତିଙ୍କଠାରୁ ଅଣାଯାଇଥିବା ଅଙ୍ଗକୁ ଅନ୍ୟ ଜଣଙ୍କ ଠାରେ ପ୍ରତିରୋପଣ କରାଯିବା ବ୍ୟବସ୍ଥାକୁ ଡାକ୍ତରୀ ଭାଷାରେ କାଡାଭେରିକ୍ ଟ୍ରାନ୍ସପ୍ଲାଣ୍ଟ ବୋଲି କୁହାଯାଏ । ଏଥିପାଇଁ ପ୍ରଥମେ କାଡାଭେରିକ୍ ଡୋନରଙ୍କୁ ଚିହ୍ନଟ କରାଯାଇଥାଏ ।

kidneyଗତ ୨୭ ତାରିଖରେ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କାରାଣୀ ପାତ୍ର ଗୁରୁତର ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଆପୋଲୋ ହସ୍ପିଟାଲ ଡାକ୍ତର ସୂଚନା ଦେଇଥିଲେ । ଏହା ପରେ ପରିବାର ଲୋକ ପ୍ରିୟଙ୍କାଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.