କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ: ଚୀନରେ ଏହି ମହାମାରୀ ନେଲାଣି ୪୨୫ ଜଣଙ୍କର ଜୀବନ, ୧୭ ହଜାରରୁ ଅଧିକ ଆକ୍ରାନ୍ତ

ନୂଆଦିଲ୍ଲୀ: ଡେଉଁଛି, ଡରାଉଛି । କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ । କିଭଳି କରାଯିବ ମୁକାବିଲା ? କେମିତି କରାୟତ୍ତ ହେବ ଏହି ମାରାତ୍ମକ ଭାଇରସ୍‌ ? ଚୀନରେ ମହାମାରୀ କରୋନା ୪୨୫ ଜଣଙ୍କର ଜୀବନ ନେଲାଣି । ୧୭ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଚୀନ୍‌ ବାହାରେ ମଧ୍ୟ କରୋନା ଭାଇରସ୍‌ ନେଇଛି ମୁଣ୍ଡ ।

coronavirusଚୀନର ହୁବେଇ ସହରରୁ ପିଲିପାଇନ୍ସ ଫେରିଥିବା ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଛି । ଚୀନ୍‌ ମେନ୍‌ଲ୍ୟାଣ୍ଡ ବାହାରେ କରୋନାରେ ଏହା ପ୍ରଥମ ମୃତ୍ୟୁ । ଏପଟେ ଭାରତରେ କରୋନା ଭାଇରସରେ ୩ ଜଣ ଆକ୍ରାନ୍ତ ହୋଇଛନ୍ତି । ୩ ଜଣଯାକ କେରଳର । ସେମାନେ ଉହାନରୁ ଫେରିଥିଲେ । ସମସ୍ତଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି । ଚୀନ୍‌ ଯାଇଥିବା ଓ ସେଠାରୁ ଫେରୁଥିବା ଲୋକଙ୍କ ଭିତରେ ଛନକା ପଶିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.