Below header

ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଆତଙ୍କବାଦୀ ! ସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାର୍ଡ ଓ ଏସ୍‌ଓଜିର ମିଳିତ ଅପରେସନ୍‌

ଭୁବନେଶ୍ୱର: ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରରେ ଏସ୍‌ଓଜି ଯବାନଙ୍କ ମକ୍‌ଡ୍ରିଲ । ଭୁବନେଶ୍ୱରରେ ଆତଙ୍କବାଦୀ ପ୍ରବେଶ କଲେ ସେମାନଙ୍କ କିପରି ମୁକାବିଲା କରାଯାଇପାରିବ, ସେନେଇ ମକ୍‌ଡ୍ରିଲ୍ କରାଯାଇଛି । ଗତକାଲି ରାତିରେ ହଠାତ୍ ଦୁରଦର୍ଶନ କେନ୍ଦ୍ରରେ ପହଞ୍ଚି ଯାଇଥିଲେ ଏସ୍‌ଓଜି ଯବାନ । ଆରମ୍ଭ ହୋଇଥିଲା ମକ୍‌ଡ୍ରିଲ୍ । ୫ ଜଣ ଆତଙ୍କବାଦୀ ଦୂରଦର୍ଶନ କେନ୍ଦ୍ରକୁ ହାଇଜାକ୍ କରି ନେଇଛନ୍ତି । ଏହି ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଛି ଓଡ଼ିଶା ପୋଲିସ ।

shotସ୍ପେଶାଲ ଟାକ୍ଟିକାଲ ୟୁନିଟ୍‌, କାଉଣ୍ଟର ଟେରୋରିଷ୍ଟ ସ୍କ୍ଵାର୍ଡ ଓ ଏସ୍‌ଓଜିର ମିଳିତ ଅପରେସନ୍‌ରେ ଆତଙ୍କବାଦୀଙ୍କୁ ମୁକାବିଲା ପାଇଁ ଉଦ୍ୟମ କରାଯାଉଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଲୁଚି ଲୁଚି ଅପରେସନ୍ ପାଇଁ ଯିବା ସହ ସୋଫିଷ୍ଟିକେଟେଡ୍ ବନ୍ଧୁକରେ ଅପରେସନ୍ ପାଇଁ ଉଦ୍ୟମ କରିଛନ୍ତି । ଏପରି ଭାବେ କରାଯାଇଥିଲା ମକ୍‌ଡ୍ରିଲ୍ । କିଛି ଦିନ ତଳେ ଭୁବନେଶ୍ୱର ରଙ୍ଗ ମାଟିଆରେ ଦୁଇ ଦିନ ଧରି ମକ୍‌ଡ୍ରିଲ୍ କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.