Below header

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚର ମାରାଥନ୍‌ ଜେରା, ମିଳିଲା ନୂଆ ସୁରାକ୍‌ !

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାକ୍‌। ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ଜେରା କରାଯାଉଛି। ଝୁନା ଓ ରଞ୍ଜନଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ଜେରା କରିଛି। ଆଜି ସକାଳୁ ୨ ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ ଅନ୍ୟ ଏକ ସ୍ଥାନକୁ ନିଆଯାଇଥିଲା।

ଜଗତପୁର ଅଞ୍ଚଳକୁ ନେଇଥିବା ସୂଚନା ମିଳିଛି। ଜେରା ବେଳେ କିଛି ସୁରାକ ମିଳିଥାଇପାରେ। ଚାନ୍ଦବାଲି ଥାନାରେ ଅଣ୍ଡରଟେକିଂ ଲେଖାଇ ଶର୍ମିଷ୍ଠା ମାନସଙ୍କୁ ଜଗତପୁରରେ ଛାଡି ଦେଇଥିଲେ ବୋଲି କହିଥିଲେ। ଏନେଇ ବଡ଼ ଖୁଲାସା କରିପାରେ କ୍ରାଇମବ୍ରାଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.